Odia News Portal

ବର୍ଷେ ପରେ ଧରାପଡିଲା କୁଖ୍ୟାତ ଅପରାଧୀ

ଭୁବନେଶ୍ୱର : ବର୍ଷେ ପରେ ଧରାପଡିଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଭୁବନେଶ୍ୱର ଗୌଡ଼ପଡ଼ିଆ ରିଙ୍କୁ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶୁଭରାଜ ମହାରଣା ସମେତ ୫ ଗିରଫ। ସମସ୍ତଙ୍କୁ ବରୁଣେଇ ପାହାଡ଼ରୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ୨୦୧୯ ମେ ମାସରେ ରିଙ୍କୁଙ୍କୁ ବୋମାମାଡ଼ କରି ହତ୍ୟା କରିଥିଲେ ୮ ଅଭିଯୁକ୍ତ। ପୂର୍ବରୁ ୨ ଅଭିଯୁକ୍ତ ସନାତନ, ବିକ୍ରମ ରେଡିଙ୍କୁ ଗିରଫ କରାଯାଇଥିଲା।

ସୂଚନା ଅନୁଯାୟୀ ସାଲିଆ ସାହିରେ ଥିବା ସୁନାମି କ୍ଲବର ସଦସ୍ୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଗତ ବର୍ଷ ଜୁନ ୨ ତାରିଖରେ ଏମାନେ ରିଙ୍କୁ ସ୍ବାଇଁ ନାମକ ଜଣେ ଯୁବକଙ୍କ ଉପରକୁ ବୋମାମାଡ଼ କରିଥିଲେ। ଗୁରୁତର ରିଙ୍କୁର କଟକ ବଡ଼ ମେଡିକାଲ‌ରେ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏହି ଘଟଣାରେ ସନ୍ତୋଷ ରେଡ୍ଡୀ ଓ ବିକ୍ରମ ରେଡ୍ଡୀକୁ ଗିରଫ କରିଥିବା ବେଳେ ଶୋଭରାଜ ମହାରଣା, ଅଚ୍ୟୁତାନନ୍ଦ ଦାସ, ଗଣେଶ ବେହେରା, ସୌମ୍ୟରଞ୍ଜନ ମହାପାତ୍ର ଓ ବଳରାମ ବାରିକ ଫେରାର୍‌ ଥିଲେ।