ମାଲକାନଗିରି : ଠାବ ହେଲା ମାଓବାଦୀଙ୍କ ଗୁଳିଗୋଳା ପ୍ରସ୍ତୁତ ହେଉଥିବା କାରଖାନା। ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ କାଲିମେଳା ଥାନା ଅନ୍ତର୍ଗତ କୁରୁବ, ସୁଧାକୋଣ୍ଡା ଏବଂ ଏଲକାନୁର ଅଞ୍ଚଳରେ DVF ଏବଂ BSF ୭୬(ଅପରେସନ)ବାଟାଲିୟନ ଯବାନଙ୍କୁ ଅପରେସନ ବେଳେ ଏହି ସଫଳତା ମିଳିଛି। ମାଓବାଦୀମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜଙ୍ଗଲ ଭିତରେ ମାଟିତଳେ ପୋତିଥିବା ଯବାନମାନେ ଜାଣିବାକୁ ପାଇଥିଲେ। ପରେ ସେଗୁଡିକୁ ଜବତ କରାଯାଇଛି ।
ଜବତ ସମଗ୍ରୀ ମଧ୍ୟରେ ଅଛି ୪୮ଟି ବାର ବନ୍ଧୁକର କ୍ୟାଟ୍ରିଜ, ୧୨ଟି ଅମୋନିୟମ, ୯୩ ଟି ଡିଟୋନେଟର,୩ ଗ୍ୟାସ ସିଲିଣ୍ଡର, ୨ଟି ଲେଥ ମେସିନ ଏବଂ ମାଓବାଦୀଙ୍କ ପୁସ୍ତିକା । ଏସବୁକୁ ଜବତ କରିଛି ପୋଲିସ।ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ଦେଖିଲେ ଅନୁମାନ କରାଯାଉଛି ଯେ ପୋଲିସକୁ ଟାର୍ଗେଟ କରି ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଯୋଜନା କରୁଥିଲେ ମାଓବାଦୀ।କିନ୍ତୁ ଆକ୍ରମଣ ପୂର୍ବରୁ ଏହାକୁ ପଣ୍ଡ କରଯାଇଛି ବୋଲି ସୂଚନା ଦେଇଛନ୍ତି ମାଲକାନଗିରି SP ଋଷିକେଶ ଦୟାନନ୍ଦ ଖିଲାରୀ ।