Odia News Portal

ଖାକି ବିରୋଧରେ ଖାକିର ସଙ୍ଗିନ ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସବଇନ୍ସପେକ୍ଟର ସିଲୁ ଧଳଙ୍କ ବିରୋଧରେ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସବ୍‌ଇନସ୍ପେକ୍ଟର। ବାହା ହେବାକୁ ପ୍ରତିଶ୍ରୁତି ଦେଇ ଧୋକା ଦେଇଥିବା ଅଭିଯୋଗ ଆସିଛି। ଦାରିଙ୍ଗବାଡ଼ି ଥାନାର ଜଣେ ମହିଳା ସବ୍‌ଇନସ୍ପେକ୍ଟର ଆଣିଛନ୍ତି ଅଭିଯୋଗ।

ମହିଳା ସବ୍‌ଇନସ୍ପେକ୍ଟର ଦାରିଙ୍ଗିବାଡ଼ି ଥାନାରେ ଏତଲା ଦେଇଛନ୍ତି।  ଅଭିଯୋଗ ପରେ ଫେରାର୍‌ ହୋଇଯାଇଛନ୍ତି ସବଇନ୍ସପେକ୍ଟର ସିଲୁ ଧଳ। ସିଲୁଙ୍କ ଗିରଫ ଦାବିରେ ଡିଜିଙ୍କ କ୍ୟାମ୍ପ୍‌ ଅଫିସରେ ପୀଡ଼ିତା ଅଛନ୍ତି। ପୀଡ଼ିତା ଜଣକ କୋରାପୁଟର ଏକ ଥାନାରେ କାର୍ଯ୍ୟରତ ଅଛନ୍ତି।

ସୂଚନାଯୋଗ୍ୟ ଯେ, ମହିଳା ଜଣକ ଯେତେବେଳେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେଉଥିଲେ ସେତେବେଳେ ତାଙ୍କର ସିଲୁ ଧଳଙ୍କ ସହିତ ଭେଟ ହୋଇଥିଲା। ସେହି ସମୟରେ ସିଲୁ ମହିଳା ଜଣଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ବିବାହର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେତେବେଳେ ପୀନିତା ତାଙ୍କୁ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କର ଗୋଟିଏ ସ୍ଥାନରେ ପୋଷ୍ଟିଂ ହୋଇଥିଲେ। ସେତେବଳେ ସିଲୁ ଧଳ ପୁଣି ଥରେ ବିବାହ ପ୍ରତିଶ୍ରୁତି ଦେଇଥିଲେ। ପରେ ଏକ ମନ୍ଦିରରେ ତାଙ୍କୁ ବିବାହ କରିଥିଲେ। ପରେ କୋର୍ଟରେ ବୟାନ ପରିବର୍ତ୍ତନ କରିବା ପାଇଁ ସିଲୁ ପୀଡ଼ିତାଙ୍କୁ ବାଧ୍ୟ କରିଥିଲେ। ଏହାପରଠୁ ଆଉ ଧରାଛୁଆଁ ଦେଇନଥିଲେ ସିଲୁ ଧଳ। ଗତକାଳି ପୀଡ଼ିତା ଜଣଙ୍କ ଖଲ୍ଲିକୋଟ ଥାନାରେ ସବଇନ୍ସପେକ୍ଟର ସିଲୁ ଧଳଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।