Odia News Portal

ଭୁବନେଶ୍ବରରୁ ଆଜି ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ବରରୁ ଆଜି ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ । ଏଥିରୁ କ୍ବାରେଣ୍ଟାଇନ କେସ ରହିଛି ୧୫୩ ଓ ଲୋକାଲ  କେସ ରହିଛି ୧୧୪। ଏହି ୧୫୩ କ୍ବାରେଣ୍ଟାଇନ କେସରୁ  ୧୫୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ସୂଚନା ଦେଇଛି ବିଏମସି।

ଆଜିର ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୯୯ରେ ପହଞ୍ଚିଛି। ଏଥିରୁ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି ୪୫୬୩। ମୃତ୍ୟୁ ବରଣ କରିଛନ୍ତି ୩୩ ଜଣ। ବର୍ତ୍ତମାନ ଭୁବନେଶ୍ବରରେ ଆକ୍ଟିଭ କେସ  ରହିଛି ୨୯୯୪।