Odia News Portal

ଧଳା ସୂତା ପରି ଶରୀରର ବିରଳ ପ୍ରଜାତି କୀଟ ଉଦ୍ଧାର

ଯାଜପୁର : ଶରୀରଟି  ଧଳା, ସୂତା ପରି ପତଳା  ଓ ଲମ୍ବର ଏହି ଜୀବଟିକୁ ସ୍ଥିର ହୋଇ ନଦେଖିଲେ  କେହି କହିପାରିବେ ନାହିଁ ଯେ ଏହା ଏକ କୀଟ ବୋଲି।  ଶରୀରର  ଆକୃତି ଏଭଳି ହୋଇଛି ଯାହାକୁ ଦେଖିଲେ ସାଧାରଣ  ଜିଆ କିମ୍ବା ସେହି ପ୍ରଜାତିର କିଛି ଜୀବ ଭଳି ଲାଗିବ। କିନ୍ତୁ ବାସ୍ତବରେ ଏହା ଏକ କୀଟ ପ୍ରଜତିର ବୋଲି ଜଣା  ପଡିଛି।

ଏହି କୀଟକୁ ରସୁଲପୁର ବ୍ଲକ କରଜଙ୍ଗା ଗ୍ରାମର କଳ୍ପତରୁ ସାହୁଙ୍କ ଘରେ ଆଜି ଦେଖିବାକୁ ମିଳିଛି। ଏହାକୁ ଦେଖିବା  ପରେ ଅନେକ ଲୋକେ ଭିନ୍ନ ଭିନ୍ନ କଥା କହିଛନ୍ତି। କିନ୍ତୁ ଏହା ବାସ୍ତବରେ କେଉଁ ଜୀବ ତାହା ସ୍ପଷ୍ଟ କରିପାରିନାହାନ୍ତି  ବିଶେଷଜ୍ଞ।