ଭୁବନେଶ୍ୱର : ଆଜି ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା। ୨୪ ଘଣ୍ଟାରେ ୩୩୪୩ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧାର ୭୩୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିଭଳି ସୁନ୍ଦରଗଡରୁ ୨୬୧, ଭଦ୍ରକର ୨୪୫, ଗଞ୍ଜାମର ୨୩୮, ରାୟଗଡାର ୨୧୭, କଟକର ୧୮୧, ବାଲେଶ୍ବରର ୧୫୫, ସମ୍ବଲପୁରର ୧୨୭, ପୁରୀ ୧୨୧, କୋରାପୁଟ ୧୧୯, ମୟୂରଭଞ୍ଜର ୧୧୨, ସୋନପୁରର ୧୦୩, ବୌଦ୍ଧର ୮୪,ବରଗଡର ୭୮, କନ୍ଧମାଳର ୬୮, ବଲାଙ୍ଗିରର ୬୫, ନୟାଗଡର ୬୦, କଳାହାଣ୍ଡିର ୫୬, ମାଲକାନଗିରିର ୫୪, ଢେଙ୍କାନାଳର ୪୯, ନବରଙ୍ଗପୁରର ୩୬,କେନ୍ଦୁଝରର ୩୪, ଯାଜପୂରର ୩୨, ଗଜପତିର ୨୭, ଅନୁଗୁଳର ୨୨, ଝାରସୁଗୁଡାର ୨୦, କେନ୍ଦ୍ରାପଡାର ୧୯, ଜଗତସିଂହପୁରର ୧୬, ନୂଆପଡାର ୧୧, ଦେବଗଡର ଜଣେ କରୋନାରୁ ଆରୋଗ୍ୟ ହୋଇଥିବାରୁ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କୁ ମଶାଇ ରାଜ୍ୟରେ ସୂସ୍ଥ ସଂଖ୍ୟା ୬୨୮୧୩ରେ ପହଞ୍ଚିଲା।