ଯାଜପୁର : ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ । ବଡ଼ଚଣା ପୋଲିସ ୬ ଜଣ ଡ଼କାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ୪ଟି ଛୁରୀ ଓ ବାଇକ ଜବତ କରିଛି ।
ଗତକାଲି ରାତିରେ ବନ୍ଦାଳ ନିକଟରେ ରହି ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା ଚଳାଇଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ସେମାନଙ୍କୁ ଗିରଫ କରିଥିଲା। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।