Odia News Portal

ନନ୍ଦନକାନନରେ ଗୋଲ୍ଡେନ୍‌ ପିଜାଣ୍ଟ ମୃତ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଥଚଲା ବିହଙ୍ଗ ସାରଣୀରେ ରହୁଥିବା ଏକ ମାଇ ଗୋଲ୍ଡେନ୍‌ ପିଜାଣ୍ଟର ମୃତ୍ୟୁ ହୋଇଛି । ଏହି ପକ୍ଷୀଟି ଦୀର୍ଘଦିନ ହେବ ଅଣ୍ଡକୋଷ ଓ ମଳଦ୍ୱାର ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ଥିଲା। ଏହାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୨୩ଟି ଗୋଲ୍ଡେନ ପିଜାଣ୍ଟ ପକ୍ଷୀ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୦ଟି ଅଣ୍ଡିରା, ୯ଟି ମାଈ ଓ ୪ଟିର ଲିଙ୍ଗ ନିରୂପଣ ହୋଇନାହିଁ ।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଓ ତତ୍ତ୍ୱାବଧାନର ଅଭାବ କାରଣରୁ ଏହି ପ୍ରକାର ବିରଳ ପ୍ରାଣୀମାନଙ୍କ ପ୍ରାଣହାନୀ ହେଉଛି । ଯାହା ପଶୁପ୍ରେମୀ ଓ ପର୍ଯ୍ୟଟକମାନଙ୍କୁ ବ୍ୟଥିତ କରିଛି । କିଛିଦିନ ହେବ ନନ୍ଦନକାନନରେ କେବଳ ପଶୁପକ୍ଷୀଙ୍କ ମୃତ୍ୟୁ ବିଭୀଷିକା ଜାରି ରହିଛି ।