Odia News Portal

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌ । ଉପର ମୁଣ୍ଡରୁ ଡ୍ୟାମ୍‌ ମଧ୍ୟକୁ ପ୍ରବଳ ଜଳ ଆସିବାରୁ ଡ୍ୟାମ୍‌ କର୍ତ୍ତୁପକ୍ଷ ଗେଟ୍‌ ଖୋଲିଛନ୍ତି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬ଲକ୍ଷ ୬୦ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି,୩ ଲକ୍ଷ ୩୦ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି।

ସୂଚନା ଥାଉକି, ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାରା ରାଜ୍ଯରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିଭିନ୍ନ ଜିଲ୍ଲାର ଅନେକ ଗାଁ ଏବେ ଜଳବନ୍ଦୀ ।