ଭୁବନେଶ୍ବର : ନନ୍ଦନକାନନରେ ଆଖି ବୁଜିଲା ଆଉ ଏକ ହଳଦୀ ବର୍ଣ୍ଣର ଆନାକୋଣ୍ଡା ସାପ। ଏହି ପ୍ରଜାତିର ୮ଟି ଆନାକୋଣ୍ଡକୁ ଚେନ୍ନାଇର ଏମସିବିଟି ଚିଡିଆଖାନାରୁ ଆଣିଥିଲେ ନନ୍ଦନକାନନର ଅଧିକାରୀ। ପୂର୍ବରୁ ଦୁଇଟି ଆନାକୋଣ୍ଡା ମୃତ୍ୟୁ ବରଣ କରିସାରିଥିବା ବେଳେ ଆଜି ଆଉ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି।
ବର୍ତ୍ତମାନ ନନ୍ଦନକାନନରେ ଆଉ ୫ ଟି ହଳଦୀ ବର୍ଣ୍ଣର ଆନାକୋଣ୍ଡା ସାପ ରହିଥିବାର ସୂଚନା ଦେଇଛି ନନ୍ଦନକାନନ ଅଫିସ୍। ମୃତ ଆନାକୋଣ୍ଡାର ପୋଷ୍ଟମାର୍ଟମ ରିପୋର୍ଟ ଆସିବା ପରେ ସାପଟି କେଉଁ କାରଣରୁ ମୃତ୍ୟୁ ବରଣ କରିଛି ତାହା ସ୍ପଷ୍ଟ ହେବ ବୋଲି ନନ୍ଦନକାନନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।