Odia News Portal

ଜେଇଇ ପରୀକ୍ଷାର୍ଥୀଙ୍କୁ ମାଗଣାରେ ସବୁ ସୁବିଧା ଯୋଗାଇ ଦିଆଯିବ

ଭୁବନେଶ୍ୱର : ଜେଇଇ ପରୀକ୍ଷା ପାଇଁ ୭ ଟି  ସହରରେ ୨୬ ସେଣ୍ଟର କରାଯାଇଛି। ଯେଉଁମାନେ ପରୀକ୍ଷା ଦେବାକୁ  ଆସିବେ ସେମାନଙ୍କ  ରହିବା ଖାଇବା ଓ  ପରିବହନ ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇଦେବେ। ଓଡିଶାର ୩୭ ହଜାର ପରୀକ୍ଷାର୍ଥୀ ଜେଇଇ ପରୀକ୍ଷା ଦେବେ । ଯେଉଁ ପରୀକ୍ଷାର୍ଥୀ ନିଜ ସବିଧାରେ ଆସିବେ ସେମାନଙ୍କୁ  ଆମେ ସବୁ ସୁବିଧା ଯୋଗାଇଦେବୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ପରୀକ୍ଷାର୍ଥୀମାନଙ୍କୁ ନୋଡାଲ ସେଣ୍ଟର ପ୍ରିନ୍ସିପାଲଙ୍କ ନମ୍ବର ଦିଆଯାଇଛି । ପ୍ରିନ୍ସିପାଲଙ୍କୁ ଯୋଗାଯୋଗ କରିବେ ପରୀକ୍ଷାର୍ଥୀ । ଅଗଷ୍ଟ ୩୧  ମଧ୍ୟାହ୍ନ ୧୨ଟା ଭିତରେ ପ୍ରିନ୍ସିପାଲଙ୍କୁ ଜଣାଇବେ ପରୀକ୍ଷାର୍ଥୀ। ଯାହା ଫଳରେ ସରକାରଙ୍କୁ ସବୁ ସହଯୋଗ କରାଇବାରେ ସହଜ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ସେହଭଳି NEET ପରୀକ୍ଷା ପାଇଁ ମଧ୍ୟ ସମାନ ବ୍ୟବସ୍ଥା ହେବ ବୋଲି ସଚିବ ସଞ୍ଜୟ ସିଂ କହିଛନ୍ତି। ଆଇଟିଆଇ ନୋଡାଲ ସେଣ୍ଟର ସହ  ପରୀକ୍ଷାର୍ଥୀ ଯୋଗାଯୋଗ କରିବେ ବୋଲି କହିଛନ୍ତି।