Odia News Portal

ହୀରାକୁଦ ଜଳଭଣ୍ଡାରରୁ ୪୨ଟି ଗେଟ୍‌ ନିଷ୍କାସନ ହେଉଛି ବନ୍ୟା ଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ୪୨ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ଉପରେ ୪ ଫୁଟର ପାଣି ଚାଲୁଛି। ସହରର ଅନେକ ସ୍ଥାନରେ ବନ୍ୟା ଜଳ ପଶିଯାଇଛି।

ମହାନଦୀର ଜଳସ୍ତର ବଢିବା ଫଳରେ ସହରର ତଳି ଅଞ୍ଚଳ ଗୁଡ଼ିକୁ ମହାନଦୀ ବନ୍ୟ ଜଳ ପଶିଯାଇ ଲୋକଙ୍କ ଅନେକ କ୍ଷୟକ୍ଷତି କରିଛି। ମହାନଦୀରେ ବନ୍ୟା ଆଶଙ୍କା । ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୮ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ ୭ ଲକ୍ଷ ଜଳ ମହାନଦୀରେ ପ୍ରବାହ ହେଉଛି।