Odia News Portal

ଆଜି ୨୯ଟି ଜିଲ୍ଲାରୁ ଆଉ ୩୦୧୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଏଇ ଅଗଷ୍ଟ ମାସରେ ରାଜ୍ୟରେ କରୋନା ସଂକ୍ରମଣ ହାର ଭୟାନକ ରୂପ ନେଇଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। । ଏବେ ପୂରା ଓଡ଼ିଶାକୁ ଏମିତି ଭୟ ଘାରିଛି । ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୩୦୧୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୧୪୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୩୪ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଅତିକ୍ରମ କରିଛି। ଚିହ୍ନଟ ହୋଇଥିବା ୩୦୧୪ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୮୪ ଜଣ, କଟକରୁ ୩୩୭ ଜଣ, ମୟୂରଭଞ୍ଜରୁ ୨୯୨ ଜଣ, ଗଞ୍ଜାମରୁ ୨୧୬ ଜଣ, ବାଲେଶ୍ବରରୁ ୧୩୮ ଜଣ, ବରଗଡ଼ରୁ ୧୨୪ ଜଣ, କୋରାପୁଟରୁ ୧୨୦ ଜଣ, ପୁରୀରୁ ୧୧୮ ଜଣ, ରାୟଗଡ଼ାରୁ ୧୦୪ ଜଣ, ସମ୍ବଲପୁରରୁ ୧୦୨ ଜଣ, ସୁନ୍ଦରଗଡ଼ରୁ ୯୧ ଜଣ, କେନ୍ଦୁଝରୁ ୬୮ ଜଣ, ଜଗତସିଂହପୁରରୁ ୬୬ ଜଣ, କନ୍ଧମାଳରୁ ୬୦ ଜଣ, ଢ଼େଙ୍କାନାଳ ଓ ମାଲକାନଗିରି ଜିଲ୍ଲାରୁ ୪୯ ଜଣ ଲେଖାଏଁ, ଝାରସୁଗୁଡାରୁ ୪୫ ଜଣ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାରୁ ୪୪ ଜଣ ଲେଖାଏଁ, କଳାହାଣ୍ଡିରୁ ୪୦ ଜଣ,ଯାଜପୁର ଓ ନବରଙ୍ଗପୁର ଜିଲ୍ଲାରୁ ୩୮ଜଣ ଲେଖାଏଁ, ବଲାଙ୍ଗୀର ୩୫ ଜଣ, ନୟାଗଡ଼ୁ ୨୯ ଜଣ, ଅନୁଗୁଳରୁ ୨୫ ଜଣ, ଗଜପତିରୁ ୯ ଜଣ, ନୂଆପଡ଼ାରୁ ୭ ଜଣ, ଦେବଗଡ଼ରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ଲକ୍ଷ ୯୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୯,୬୮୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୦ ହଜାର ୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୭,୩୧,୫୫୬ ସାମ୍ପୁଲ ଟେଷ୍ଟ୍ ହୋଇଛି।