ଛତିଶଗଡ଼: ଛତିଶଗଡ଼ରେ ଓଡ଼ିଶାର ଶ୍ରମିକ ବସ୍ ଦୁର୍ଘଟଣା । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟ ଯାଉଥିଲା ବସ୍ । ଛେରି ଖେଡି ରୋଡ୍ରେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତକଙ୍କ ମଧ୍ୟରେ ବସ୍ ଡ୍ରାଇଭର ମଧ୍ୟ ଅଛନ୍ତି । କ୍ୟାବିନ୍ ଭିତରେ ଚାପି ହୋଇ ରହିଥିବା ବେଳେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବସ୍ରେ ମୋଟ୍ ୫୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି ।
