Odia News Portal

ବନହରପାଲି OPGC ପ୍ଲାଣ୍ଟରେ ଅଘଟଣ

ଝାରସୁଗୁଡା : ବନହରପାଲି OPGC ପ୍ଲାଣ୍ଟରେ ଅଘଟଣ। ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୟୂନିଟ -୩ର ଆଶ୍ ହାଣ୍ଟିଙ୍ଗ୍ ପ୍ଲାଣ୍ଟର ହପର ଖସିଯିବାରୁ ୪ ଶ୍ରମିକ ଗୁରୁତର ହୋଇପଡିଛନ୍ତି। ଏହି ଶ୍ରମିକଙ୍କ ଦେହରେ ଗରମ ପାଉଁଶ  ପଡିଯାଇଥିବାରୁ ଏମାନେ ଗୁରୁତର ଆହତ ହୋଇପଡିଥିଲେ।

ପ୍ରଥମେ ସେମାନଙ୍କୂ OPGC  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।