Odia News Portal

ମହାବୀର ସାମାଜିକ ସଂଗଠନ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ବର : ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆର୍ଦଶକୁ ଅନୁସରଣ କରି, ଭୁବନେଶ୍ୱର ବିଜୁ ଜନତା ଦଳର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ତଥା ଉତ୍ତର ବିଧାୟକ ସୁସାନ୍ତ କୁମାର ରାଉତଙ୍କ ଆହ୍ୱାନ କ୍ରମେ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ, ସମାଜସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ
କୁମାର ପାଇକରାୟଙ୍କ ନେତୃତ୍ୱରେ ଓ ସାଗଠନିକ ସଂପାଦକ  ବଦ୍ରି ନାରାୟଣ ମିଶ୍ର, ସଂପାଦକ ଅର୍ଜୁନ ବେହେରା, ସଂପାଦକ ମଧୁ ସୂଦନ ଡୋରା, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ, ବିଶ୍ୱ ରଂଜନ ମହାନ୍ତି ମହାବୀର ସାମାଜିକ ସଂଗଠନର ସମସ୍ତ ସଦସ୍ୟ ଓ ନୂଆସାହି ଅଂଚଳର କିଛି ସ୍ୱଛ ହୃଦୟବ୍ୟକ୍ତି ବିଶେଷ ସଂପୂଣ୍ଣ ସହଯୋଗରେ ବନ୍ୟା ପାଣିରେ ଜଳବନ୍ଦିହୋଇ ରହିଥିବା ବାଙ୍କି ନିର୍ବାଚନ ମଣ୍ଡଳୀର ବିଲି
ତେନ୍ତୁଳିଆ ସାଁପୁର ଓ ଶୁଖୁଆ ଖଳା ଗ୍ରାମରେ ୪୦୦ ରୁ ଉର୍ଦ୍ଦ ପରିବାରଙ୍କୁ ଶୁଖିଲା ଖାଦ୍ୟ ତଥା ଚୁଡା, ବିସ୍କୁଟ ଚିନି, ମହମବତୀ , ଦିଆସିଲି ଇତ୍ୟାଦି ବଣ୍ଟନ କରାଗଲା ।

ଏହି ବଣ୍ଟନ କାର୍ଯ୍ୟକ୍ରମ ଅତି ଶୃଙ୍ଖଳା ଭାବେ ଗ୍ରାମର ମୁରବୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶୁଭେନ୍ଦୁ ନାୟକ, ଅନୁଜ ଚନ୍ଦନ ନାୟକ, ସମୀରଣ ଦାସ, ସତ୍ୟବାନ ସାହୁ , ପ୍ରତାପ ପ୍ରଧାନ, ସୌମ୍ୟ ରଂଜନ ସ୍ୱାଇଁ, ସୁମନ ଜେନା, ସାସ୍ୱତ ଲେଙ୍କା, ପ୍ରଭାତ ପ୍ରଧାନ, ଦୀପକ ବଳିଆର ସିଂ, ପ୍ରଭୁଦତ୍ତ ସାମଲ, ସନ୍ତୋଷ କୁମା ଜେନା, ସବେଶ୍ୱର ବେହେରା, ନିହାର ରଂଜନ ମହାପାତ୍ର, ରାକେଶ କୁମାର ଜାଲି, ଆନନ୍ଦ କୁମାର ସେଠୀ , ଗୟାଧର ବେହେରା ପ୍ରମୁଖ , ବୁଦ୍ଧିନାଥ ସାହୁ ପ୍ରମୁଖ ଏହି ବଣ୍ଟନ ପ୍ରକ୍ରିୟାକୁ ପରିଚାଳନା କରିଥିଲେ ।