ଭୁବନେଶ୍ବର : ଓଡିଶାର ଲୋକପ୍ରୀୟ ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳର ଭୁବନେଶ୍ୱର ମଧ୍ୟ ନିର୍ବାଚନ
ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁସାନ୍ତ କୁମାର ରାଉତଙ୍କ ଆହ୍ୱାନ କ୍ରମେ ଆଜି ନୟାପଲ୍ଳୀ ୱାର୍ଡ ନଂ ୩୯ ଅଧିନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣି ସେବା ସଂସଦ ପ୍ରାଙ୍ଗଣରେ ସମାଜସେବୀ ତଥା ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଂପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ୱାର୍ଡ ନଂ ୩୯ରେ କାମ କରୁଥିବା ୩୦ଜଣ ସଫେଇ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା ।
ପ୍ରଥମେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ଓ ସଫେଇ କର୍ମଚାରୀଙ୍କୁ ସଂଗଠନର ସଦସ୍ୟମାନଙ୍କ ଦ୍ୱାରା ପ୍ରଥମେ ସାନିଟାଇଜ କରାଯାଇ ସମସ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧି ପରେ ଉତ୍ତରୀୟ, ପୁଷ୍ପ ଗୁଚ୍ଛ , ମାସ୍କ ଓ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ଦିନରାତି ପରିଶ୍ରମ କରି ବର୍ଷା, ଖରା ଶୀତକୁ ଖାତିର ନକରି ନିଜ ଜୀବନକୁ ବାଜି ଲଗାଇ ସବୁବେଳେ ଭୁବନେଶ୍ୱର ଅଂଚଳକୁ ପରିଷ୍କାର ପକରିଛନ ରଖିବାରେ ଏମାନଙ୍କର ପ୍ରମୁଖ ଭୂମିକା । ଏହି ଭୟାବହ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଅଂଚଳକୁ ପରିସ୍କାର ଓ ପରିଛନ୍ନ ରଖିବା ସହ ଲୋକମାନଙ୍କର ମଧ୍ୟ କାମ କରୁଛନ୍ତି । ଏଇମାନେ ହିଁ ପ୍ରକୃତ କରୋନ ଯୋଦ୍ଧା ଭାବି ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ସମାଜସେବୀ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତ୍ତନ କର୍ପୋରେଟର ରମାନାଥ ସାମନ୍ତରାୟ , ସମାଜସେବୀ ତଥା ମଧ୍ୟ ବିଧାୟକଙ୍କ ୱାଡ ନଂ ୪୭ର ପ୍ରତିନିଧି ସାରଦା ପ୍ରସନ୍ନ ମହାନ୍ତି, କ୍ରିକେଟ କୋଚ କ୍ଷିରୋଧ ବେହେରା, ସମାଜସେବୀ ବଦ୍ରୀ ନାରାୟଣ ମିଶ୍ର , ମଧୁସୂଦନ ଦୋରା ଶ୍ରୀ ମହାବୀର ପୂଜା କମିଟିର ସାଧାରଣ ସଂପାଦକ ଶୈଳେନ୍ଦ୍ର ପ୍ରସାଦ ରାୟ ଓ ସାଗର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଜ ଚନ୍ଦନ ନାୟକ, ପ୍ରତାପ ପ୍ରଧାନ , ସୁମନ କୁମାର ଜେନା, ରାକେଶ କୁମାର ଜାଲି, ବିଜୟ କୁମାର ଖୁଣ୍ଟିଆ, ଚିତ୍ତ ରଂଜନ ନାୟକ, ପବିତ୍ର ବିଳିୟାର ସିଂ, ବିଶ୍ୱନାଥ ଦେହୁରୀ ଓ ଭଗବାନ ବେହେରାଙ୍କ ସମେତେ ଶ୍ରୀ ମହାବୀର ସାମାଜିକ ସଂଗଠନର ଅନେକ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକମ୍ରକୁ ପରିଚାଳନା କରିଥିଲେ ।