Odia News Portal

ଏଥର ହେବନାହିଁ ଭଷାଣୀ ଉତ୍ସବ, କୃତ୍ରିମ ପୁଷ୍କରିଣୀରେ ବିସର୍ଜନ ହେବେ ମା

ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱର ଭଷାଣୀ କମିଟି ପକ୍ଷରୁ ପଟିଆ ଶିରିଡିସାଇ ମନ୍ଦିର ପ୍ରାଙ୍ଗଣରେ କମିଟିର ଅଧ୍ୟକ୍ଷ ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀର ଭୟାବହତା ଦୃଷ୍ଟିରୁ ଏଥର ଭଷାଣୀ ଉତ୍ସବ ଅନୁଷ୍ଠିତ ହେବନାହିଁ । ଅସ୍ଥାୟୀ କୃତ୍ରିମ ପୁଷ୍କରିଣୀରେ ମାଙ୍କୁ ସାମାଜିକ ଦୂରତା ମଧ୍ୟରେ ବିସର୍ଜନ କରାଯିବ । ପ୍ରତ୍ୟେକ ମପରେ କୋଭିଡ୍ ନିୟମ ଅନୁସାରେ ପୂଜାର୍ଚ୍ଚନା ହେବ । ପ୍ରତ୍ୟେକ ମପ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବ । ମାସ୍କ ବଣ୍ଟନ, ବୃକ୍ଷରୋପଣ, ବିଶୋଧିକରଣ ଓ ରକ୍ତଦାନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମତ ପ୍ରକାଶ ପାଇଥିଲା ।

ଅଧ୍ୟକ୍ଷ ଜେନା ସମସ୍ତ ଭକ୍ତ ନିଜ ଘରେ ରହି ମାଙ୍କୁ କଳସ ବସାଇ ପୂଜା କରିବା ସହିତ ବ୍ରତପୂଜା ଓ ଗାଡି ଘର ସାମ୍ନାରେ ପୂଜା ଦୀପ, ଧୂପ ଦେଇ କରପିବା ପାଇଁ ନିବେଦନ କରିଥିଲେ । ଏଥିରେ ୨୦ଟି ମଣ୍ଡପ କର୍ମକତ୍ତା ଭାବେ ୨ ଜଣ ଲେଖାଏଁ ଉପସ୍ଥିତ ରହିଥିଲେ । କମିଟିର ପ୍ରମୁଖ ସଦସ୍ୟ ସନ୍ତୋଷ ମହାନ୍ତି ପ୍ରାପମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜୋନ୍ ଛଅ ଏସିପି ପ୍ରକାଶ ପାଲ ଯୋଗଦେଇ କହିଥିଲେ ପୋଲିସ ପକ୍ଷରୁ ସମସ୍ତ ପୂଜା ମପକୁ ସହାୟତା ପ୍ରଦାନ କରାଯିବ ।

ସମ୍ମାନୀତ ଅତିଥି ଭାବେ ନନ୍ଦନକାନନ ଥାନା ଅଧିକାରୀ ବିଶ୍ୱରଂଜନ ସେନାପତି, ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ତରଫରୁ ଗୟାନନ୍ଦ ସାହା, ବସନ୍ତ ପ୍ରଧାନ ଯୋଗ ଦେଇଥିଲେ । କମିଟିର ସକ୍ରିୟ ସଦସ୍ୟ ଯଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଉପସଭାପତି ମିହିର କୁମାର ରାଉତ, ଗଜି ଜେନା, ପ୍ରିତିନନ୍ଦା ରାଉତରାୟ, ବାବି ଦାସ, ମଦନ ଭୂୟାଁ ଓ ଅଶୋକ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂଯୋଜକ ସମରେନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

    ( ଭୁବନେଶ୍ୱରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )