Odia News Portal

ଆକ୍ସନ ମୋଡରେ ପୋଲିସ, ଭୁବନେଶ୍ବର ପରେ କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର

କେନ୍ଦ୍ରାପଡା : ଆକ୍ସନ ମୋଡରେ ପୋଲିସ। କେନ୍ଦ୍ରାପଡାରେ ପୁଣି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଏସ୍‌.କେ ମେହତାବ। ତାର ଦୁଇଟି ଗୋଡରେ ୩ଟି ଗୁଳି ବାଜିଛି। କଂସାର ରୋଡ ନିକଟରେ ଏହି ଏନକାଉଣ୍ଟର ହୋଇଛି। ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ମହତାବ ନାଁରେ କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ ଜଗତସିଂହପୁର ଆଦି ଜିଲ୍ଲାରେ ୨୫ରୁ ଅଧିକ ମାମଲା ରହିଛି। ଗତ ଜୁଲାଇ ୧୩ ତାରିଖରେ ତିନିମୁହାଣୀ ରାମନ୍ଦିର ସଭାପତି ବିବେକାନନ୍ଦକୁ ଗୁଳି କରି ହତ୍ୟା କରିଥିଲା ମହତାବ। ସେ ଟିଟୋ ନିର୍ଦ୍ଦେଶରେ ବିବେକାନନ୍ଦଙ୍କୁ ଗୁଳି କରିଥିବା ପୋଲିସ କହିଛି।