Odia News Portal

ଗଦାଧର ସାହୁଙ୍କ ନିଧନରେ ଗଭୀର ଶୋକ

ଭୁବନେଶ୍ୱର : ସ୍ୱର୍ଗତ ଗଦାଧର ସାହୁ ଭାରତୀୟ ଜନତା ପାର୍ଟିର ୩୦ବର୍ଷର ଜଣେ ବରିଷ୍ଠ କାର୍ଯ୍ୟକର୍ତା ଏବଂ ଭୁବନେଶ୍ୱରରେ ଦଳକୁ ଶକ୍ତିଶାଳୀ କରାଇବାରେ ତାଙ୍କର ବିଶେଷ ରୂପର ଯୋଗଦାନ ରହିଅଛି । ସେ ଦଳ ପାଇଁ ଅହରହ କାର୍ଯ୍ୟ କରି ଚାଲୁଥିଲେ । ତାଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱର ସ୍ଥିତ ସାଲିଆ ସାହିରେ ଦଳ ବେସ୍ ଶକ୍ତିଶାଳୀ ହୋଇପାରିଥିଲା । ଖାଲି ଦଳ ପାଇଁ ନୁହେଁ ଭୁବନେଶ୍ୱର ବସ୍ତିବାସିନ୍ଦାଙ୍କ ପାଇଁ ମଧ୍ୟ ମସିୟା ରୂପରେ ସେମାନଙ୍କ ଦୁଃଖସୁଖରେ ଭାଗିଦାରି ହୋଇ ସେମାନଙ୍କ ହକ୍ ପାଇଁ ସର୍ବଦା ଲଢେଇ କରି ଆସୁଥିଲେ ।
ଏପରି ଜଣେ କାର୍ଯ୍ୟକର୍ତାଙ୍କୁ ହରାଇ ଆଜି ଭାରତୀୟ ଜନତା ପାର୍ଟି ମର୍ମାହତ । ତାଙ୍କ ବିୟୋଗରେ ତାଙ୍କ ସାଲିଆ ସାହି ସ୍ଥିତ ବାସଭବନରେ ଶହଶହ ବସ୍ତିବାସିନ୍ଦା ଏକାଠି ହୋଇ ତାଙ୍କ ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଆଣି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶେଷ ଦର୍ଶନ ପାଇଁ ସମସ୍ତ କାର୍ଯ୍ୟକର୍ତାଙ୍କ ଗହଣରେ ଏକତ୍ରିତ ହୋଇଥିଲେ । ଭାରତୀୟ ଜନତା ପାର୍ଟିର ଏପରି ଜଣେ ଦେବ ଦୁର୍ଲଭ କାର୍ଯ୍ୟକର୍ତାର ଦେହାନ୍ତରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ମରଶରୀରରେ ଦଳୀୟ ପତାକା ପକାଇବା ସହିତ ପୁଷ୍ପମାଳ ଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ମହାନ୍ତି, ରଞ୍ଜନ ପଟେଲ, ଅମିତାଭ ଚକ୍ରବର୍ତୀ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଂଟିଆ, ନିରଞ୍ଜନ ମିଶ୍ର, ଶୁଶାନ୍ତ କୁମାର ସାବତ, କାଳି ପ୍ରସାଦ ମିଶ୍ର, ଅଚ୍ୟୁତାନନ୍ଦ ରଣଜିତ୍, ଅଞ୍ଜନ ନାଥ, ଅନଙ୍ଗ ବିକ୍ରମ ବିଶ୍ୱାଳ, ମନୋରଞ୍ଜନ ସ୍ୱାଇଁ, ମାନସୀ ମଞ୍ଜରି ରାୟ ପାଢୀ, ମାଳତୀ ହେମ୍ବର୍ମ, ବିନୟ ରାଉତ, ଶୁଶାନ୍ତ ଜେନା, ସୁଚିତ୍ରା ବେହେରା, ପ୍ରସନ୍ନ ସାହୁ, ଦାମୋଦର ବେହେରା, ଅଶୋକ ସେଠୀ ପ୍ରଭୁତି ଅନେକ କାର୍ଯ୍ୟକର୍ତା ସ୍ୱର୍ଗତ ଗଦାଧର ସାହୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କ ପରିବାକୁ ସମବେଦନା ଜଣାଇଥିଲେ ଏବଂ ଏହି ଦୁଃଖଦ ସମୟରେ ଭଗବାନ ସେମାନଙ୍କୁ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
   
     ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )