Odia News Portal

ଉତ୍ତର ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ବିଧାୟକ ନେଲେ ପାଣିଭାର

ଭୁବନେଶ୍ୱର : ଉତ୍ତର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ
ବିଧାୟକ ସୁଶାନ୍ତ କୁମାର ରାଉତ ଉତ୍ତର ବାସୀଙ୍କ ଉନ୍ନତି ପାଇଁ
ପାଣିଭାର ଉଠାଇଛନ୍ତି । ପବିତ୍ର ଶ୍ରାବଣ ଶେଷ ସୋମବାରେ
ମାନସିକ ଅନୁସାରେ ଆଜି ବିଧାୟକ ପାଣି ଉଠାଇ ଢାୱା ସୋମନାଥ ପୀଠରେ ଆସନ୍ତାକାଲି ପାଣି ଢାଳିବେ । ବିଧାୟକ ହେବା ପରେ ଏହା ତାଙ୍କର ମାନସିକ ଥିଲା ।
ପରମ୍ପରା, ଋତିନୀତି ଏବଂ ପୂର୍ବ ଧାର୍ମିକ ଚେତନା ଅନୁସାରେ ଶିବଙ୍କ ମସ୍ତକରେ ପାଣି ଢାଳିଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ଆମର ବିଶ୍ୱାସ ଅଛି । ଏହି ବିଶ୍ୱାସକୁ ପାଥେୟ କରି ଉତ୍ତର  ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଶୁଭମାନାସି ଶିବଭକ୍ତମାନଙ୍କ ସହିତ ପାଦରେ ଚାଲିଚାଲି ସୋମବାର ସକାଳେ ପାଣି ଢାଳିବେ ।
    ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )