Odia News Portal

ଓଲଟିଲା ଆମ୍ବୁଲାନ୍ସ : ତିନି ଗୁରୁତର

ଭଦ୍ରକ : ୧୬ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନିକଟରେ ରାସ୍ତା କଡକୁ ଆମ୍ବୁଲାନ୍ସ  ଓଲଟିପଡ଼ିଛି। ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଧାମନଗର ବ୍ଲକ ଗୋବିନ୍ଦପୁର ଗାଁର ପରମେଶ୍ବର ମିଶ୍ରଙ୍କର ହୃଦଘାତରେ କଟକ ଏସିବିରେ ମୃତ୍ୟୁ ହୋଇଥିଲା । ପରମେଶ୍ବରଙ୍କ ମୃତ ଦେହକୁ ଏକ ଘରୋଇ ଆମ୍ବୁଲାନ୍ସରେ ଭଦ୍ରକ ଗୋବିନ୍ଦପୁର ଗାଁକୁ ଆଣୁଥିବାବେଳେ ଭଣ୍ଡାରିପୋଖରୀ ଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ।ମୃତ ଦେହ ନେଇ ଆସୁଥିବା ୩ଜଣ ସମ୍ପର୍କୀୟ ମଧ୍ୟ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି।