ଭୁବନେଶ୍ବର : ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ । ୫-ଟିକୁ ଆଧାର କରି ସରକାର ଏହାକୁ ଆରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ।
ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗ ଏହାକୁ ମାନି କାମ କରିବେ । ନବୀନ କହିଛନ୍ତି, ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ ।ନିଜେ ଆପଣଙ୍କୁ ଫୋନ୍ କରିବି । ଥାନା ଓ ହସ୍ପିଟାଲରେ କିପରି ସୁବିଧା ପାଉଛନ୍ତି, ସେ କଥା ପଚାରି ବୁଝିବେ । ଏହା ସହ ଥାନାରେ ଅଭିଯୋଗକୁ କିପରି ଗୁରୁତ୍ୱ ଦିଆଯାଉଛି, ସେ କଥା ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି ବୁଝିବେ । ମନ୍ତ୍ରୀମାନେ ମଧ୍ୟ ଲୋକଙ୍କୁ ଫୋନ୍ କରିବେ ।
ସରକାରୀ ଅଫିସରରେ ସୁବିଧା ଅସୁବିଧା କଥା ଫୋନ୍ କରି ମନ୍ତ୍ରୀମାନେ ପଚାରି ବୁଝିବେ । ରାଜ୍ୟ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମଧ୍ୟ ସରକରୀ ଅଫିସରେ ମିଳୁଥିବା ସେବା ବିଷୟରେ ପଚାରି ବୁଝିବେ ।
