ବାଲିଗୁଡା : ପରଲୋକରେ ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକ । ଆଜି ଭୋର ୪ଟାରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି ହୋଇଯାଇଥିଲା । ସାହୁରା ମଲ୍ଲିକ କଂଗ୍ରେସର ଜଣେ ଦକ୍ଷ ନେତା ଥିଲେ । ବାଲିଗୁଡା ନିର୍ବାଚନ ମଣ୍ଡଳୀରୁ ସେ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରୁ ୧୯୭୯, ୧୯୮୫ ରୁ ୧୯୯୫ ପର୍ଯ୍ୟନ୍ତ ସେ ବାଲିଗୁଡା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ, ବାଲିଗୁଡା ସମେତ କଂଗ୍ରେସ କର୍ମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
