କଳାହାଣ୍ଡି : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ସପ୍ତାହେ ହେଲା ଝୁଲୁଛି ତାଲା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ପରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଓ ସ୍କୁଲ କମିଟି ତାଲା ପକାଇଛନ୍ତି । ବିଦ୍ୟାଳୟରେ ମୋଟ୍ ୨୬୬ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ଥିଲେ ମାତ୍ର ୪ଜଣ ଶିକ୍ଷକ । ସେଥିମଧ୍ୟରୁ ପୁଣି ଶିକ୍ଷକଙ୍କ ବଦଳିକୁ ନେଇ ପ୍ରତିବାଦ କରୁଛନ୍ତି ଅଭିଭାବକ । ଫଳରେ ସପ୍ତାହେ ହେଲା ସ୍କୁଲରେ ପଡିଛି ତାଲା ।
