Odia News Portal

ଓଡ଼ିଆ ପୁଅ ପ୍ରମୋଦ ପାଇବେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ : ଓଡ଼ିଆ ପୁଅ ତଥା  ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଶନିବାର ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଅର୍ଜୁନଙ୍କ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ଅଲରାଣ୍ଡର ରବୀନ୍ଦ୍ର ଜାଡେଜା, ମହିଳା କ୍ରିକେଟର ପୁନମ ଯାଦବ, ଟ୍ରାକ ଏଣ୍ଡ ଫିଲଡ ଷ୍ଟାର ତେଜିନ୍ଦର ପାଲ ସିଂ ତୋମର, ମହମ୍ମଦ ଆନାସ, ସ୍ୱପ୍ନା ବର୍ମନ, ଫୁଟବଲ ଖେଳାଳୀ ଗୁରୁପ୍ରିତ ସିଂ ସାନ୍ଧୁ, ହକି ଖେଳାଳୀ ଚିଙ୍ଗଲେନସାନା ସିଂ କାଙ୍ଗୁଜମ, ସୁଟର ଅଂଜୁମ ମୁଡଗୀତଙ୍କ ସମେତ ମୋଟ ୨୦ ଜଣ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।
କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଓ ପାରା ଆଥଲେଟ୍ ଦୀପା ମଲିକଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ।