Odia News Portal

ତାଳଚେର ବିଧାୟକଙ୍କ ଘରେ ଅଗ୍ନିକାଣ୍ତ

ଭୁବନେଶ୍ବର : ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଦୁଇଟି କାରକୁ କେହି ଦୁର୍ବୁତ୍ତ ରାତିରେ ନିଆଁ ଲଗାଇ ଦେଇଛନ୍ତି । ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ରେ ଏହି ଘଟଣା ଘଟିଥିବାବେଳେ କିଏ ଓ କାହିଁକି ଏ କାଣ୍ଡ ଭିଆଇଛି ତାହା ଜଣା ପଡି ନାହିଁ ।

ଘଟଣାରୁ ପ୍ରକାଶ ଯେ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ୱର ବାସଭବନ ରେ ଦୁଇଟି କାର ଗତ ରାତିରେ ଥିଲା । ବିଧାୟକ ସ୍ୱାସ୍ଥ୍ୟଗତ କାରଣରୁ ରାଜ୍ୟ ବାହାରକୁ ଯାଇଛନ୍ତି । ତେବେ ସେ ନଥିବାର ସୁଯୋଗ ନେଇ କେହି ଦୁର୍ବୁତ୍ତ ରାତିରେ ନିଆଁ ଲଗାଇ ଦେଇଥିଲା ।

ଫଳରେ ତାଙ୍କ ଗ୍ୟାରେଜରେ ଥିବା ଦୁଇଟି କାର ଓ ଗୋଟିଏ ମୋଟରସାଇକେଲ୍ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି । ରାତି ପ୍ରାୟ ୨ ରୁ ୩ ଟା ବେଳେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

  ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )