Odia News Portal

ଜୀବିକା ସୁରକ୍ଷା ମଞ୍ଚ ଶିବିର ଅନୁଷ୍ଠିତ

ଘୁ. ଉଦୟଗିରି : ଜୀବିକା ସୁରକ୍ଷା ମଞ୍ଚ ତରଫରୁ ବାଲିଗୁଡା ବ୍ଲକ ଅଧୀନରେ ଥିବା ସମସ୍ତ ଗ୍ରାମପଞ୍ଚାୟତର ବୃଦ୍ଧା ବୃଦ୍ଧିଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ମାସିକ ଭତ୍ତା ସର୍ବନିମ୍ନ ପାଞ୍ଚଶହ ଟଙ୍କା ଜାଗାରେ ୩ ହଜାର ଟଙ୍କା କରାଯାଉ । ଆଜିର ଦିନରେ ଯେଉଁ ଭଳି ଦରଦାମ ବୃଦ୍ଧି ହେଉଛି ତାହା ଚଳିବାରେ ବହୁତ କଷ୍ଟ ହେବା ସହ ଆମର ବଞ୍ଚିବାର ଅଧିକାର ସମ୍ବିଧାନ ୨୧ କୁ ଉଲଘଂନ କରାଯାଉଛି ।

ଆସିଥିବା ସମସ୍ତ ଗ୍ରାମ ପଞ୍ଚାୟତର ବୃଦ୍ଧ ବୃଦ୍ଧି ଏକତ୍ରିତ ହୋଇ ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ଜିରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ । ସେହିପରି ଟୀକାବାଲି ଠାରେ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଶିବିରର ଆୟଯନ କରା ଯାଇ ଥିଲା ।

 

ଏହି ଶିବିରରେ ଟୀକାବାଲି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବହୁ ବୃଦ୍ଧ ଯୋଗ ଦେଇ ସପ୍ତାହର ଗୋଟିଏ ଦିନ ଜନ ଶୁଣାଣି ପାଇଁ ଦିନ ଧର୍ଯ୍ୟ କରିବା ସକାସେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଦାବି ଉପସ୍ଥାପନା କରି ଥିଲେ । ଏହା କାର୍ଯ୍ୟକ୍ରମରେ ମଞ୍ଚର କର୍ମକର୍ତ୍ତା ଅମ୍ବିକା ପ୍ରଧାନ, ଶିବି ପ୍ରଧାନ, ଉମେଶ ପ୍ରଧାନ, ଟିପୁ ପ୍ରଧାନ ଏବଂ ସୁରେଶନ ଦିଗାଳ ପ୍ରମୁଖ ଯୋଗ ଦେଇ ଥିଲେ.