ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ପାଣି,
ବ୍ରିଜ୍ ଓ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ବୁଝିଛନ୍ତି ଜଳସମ୍ବଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ପଞ୍ଚାୟତରେ ଥିବା ଜଳସମ୍ପଦ ବିଭାଗ ଅନ୍ତର୍ଭୁକ୍ତ ଲିଙ୍ଗିପୁର, କେନାଲ ଉପରେ ଥିବା ସମସ୍ତ ବ୍ରିଜ୍ର ସମୀକ୍ଷା କରିବା ସହିତ ଝିଙ୍କରଡିହ, ମରିଚିଆ, ଘେରିବନ୍ଧ ରାସ୍ତାର ପ୍ରଶସ୍ତିକରଣ ବିଷୟରେ ଅଞ୍ଚଳ ଚାଷୀ ଓ ବୁଦ୍ଧିଜୀବି ମାନଙ୍କ ସହିତ ଆଲୋଚନା କରିଥିଲେ ।
ଜରିପାଟଣା ଠାରୁ ଆରମ୍ଭ କରି ବରିମୁଣ୍ଡ, ଗଣ୍ଡରପୁର, କଲ୍ୟାଣପୁର, ଖଇରପଡା, ବାଲିପଡା, କେନ୍ଦୁପାଟଣା, ମରିଚିଆ, ପଦାସାହି ଓ ଢ଼ାୱା ପର୍ଯ୍ୟନ୍ତ ସବୁଠାରେ ମନ୍ତ୍ରୀ ଦାସଙ୍କୁ ଚାଷୀ ଓ ଅଞ୍ଚଳ ବାସୀ ତରଫରୁ ସମ୍ବର୍ଦ୍ଧନା ଦିଆଯିବା ସହ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା । ଏଥିରେ ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେଡି କାର୍ଯ୍ୟକାରୀ ସଭାପତି ସୁବାଶ ଚନ୍ଦ୍ର ପାତ୍ର, ବ୍ଲକ୍ ଉପାଧ୍ୟକ ରାଉତ, ସରପଞ୍ଚ ବିରେନ୍ଦ୍ର ଜେନା, ପ୍ରଭାସିନୀ ସାସ୍ମଲ ଏବଂ ଅନ୍ତର୍ଯ୍ୟାମୀ କୁଅଁର, ନିର୍ମଳ ରାଉତ, ଲଚ୍ଛମନ ରାଉତ, ଅରୁଣ ସେନାପତି, ଗୋପୀ ଦାସ, ବ୍ରଜ ସ୍ୱାଇଁ, ନକୂଳ ବେହେରା, ରାଜେନ୍ଦ୍ର ସ୍ୱାଇଁ, ମାଧବ ରାଉତ, ରଘୁନାଥ ମହାନ୍ତି ଓ ଅନନ୍ତ ସେନାପତି ଏବଂ ପଞ୍ଚାୟତର ମୁରବୀ ମାନେ ଉପସ୍ଥିତ ଥିଲେ ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
