Odia News Portal

ରାଜୀବ ଗାନ୍ଧୀ ସଦଭାବନା ଦିବସ ପାଳିତ

୧୦ ଜଣ ପ୍ରତିଭାସଂପର୍ଣ୍ଣ ବ୍ୟକ୍ତିମାନଙ୍କୁ ରାଜୀବ ଗାନ୍ଧୀ ସଦ୍ଭାବନା ସମ୍ମାନ ଏବଂ ୩୨ ଜଣ ଶିଶୁ ପ୍ରତିଭାଙ୍କୁ ସମ୍ମାନୀତ ।
ଭୁବନେଶ୍ୱର : ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ, ଭାରତ ରତ୍ନ ୰ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ଉତ୍ସବ ଅବସରରେ ରାଜୀବ ଗାନ୍ଧୀ ଫୋରମ ତରଫରୁ ଇଡକଲ ଅଡିଟୋରିୟମ ଠାରେ ରାଜୀବଗାନ୍ଧୀ ସଦଭାବନା ଦିବସ -୨୦୧୯ ଏକ ମନୋଜ୍ଞ
ପରିବେଶରେ ପାଳିତ ହେବା ସହିତ ରାଷ୍ଟ୍ର ନିର୍ମାଣେରେ ରାଜୀବ ଗାନ୍ଧୀଙ୍କ ଅବଦାନ ସଂପର୍କୀତ ଆଲୋଚନା ଚକ୍ରରେ ବକ୍ତାମାନଙ୍କ ଅଭିଭାଷଣ ଉପସ୍ଥିତ ଦର୍ଶକମାନଙ୍କୁ ରୋମାଂଚିତ କରିଥିଲା ।
ପ୍ରାରମ୍ଭରେ ବିଧାୟକଦଳ ନେତା ଏବଂ ମୁଖ୍ୟ ଅତିଥି ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, ଫୋରମର କାର୍ଯ୍ୟକାରୀ ସଭାପତି ସୁରେଶ ରାଉତରାୟ, ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି, ଫୋରମର ଅଧ୍ୟକ୍ଷ ତଥା ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅତିଥିମାନେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ
ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ବରିଷ୍ଠ ଶିକ୍ଷାବିତ ପଫେସର ସୂର୍ଯ୍ୟ ମିଶ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ ପ୍ରମୁଖ ଅତିଥିମାନେ ଦିବଂଗତ ନେତା ତଥା
ଆଧୁନିକ ଭାରତ ନିର୍ମାଣର ରାଷ୍ଟ୍ରନାୟକ ରାଜୀବ ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ । ନିଖିଳ ଭାରତ କଂଗ୍ରେସ ସଂପାଦକ ରୁଦ୍ର ରାଜୁ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଏକବିଂଶ ଶତାବ୍ଦିରେ ଭାରତକୁ ଏକ ବିକାଶଶୀଳ ତଥା ସ୍ୱତନ୍ତ୍ର
ରାଷ୍ଟ୍ରରେ ପରିଣତ କରିବାକୁ ରାଜୀବ ଗାନ୍ଧୀ ସ୍ୱପ୍ନ ଦେଖିଥିଲେ ।
ତାଙ୍କ ଆଦର୍ଶରେ ଆମ୍ଭେମାନେ ଅନୁପ୍ରାଣିତ ହେବା ଉଚିତ୍ ବୋଲି ସେ କହିଥିଲେ । ପ୍ରତିବର୍ଷ ଭଳି ଏଥର ୧୦ ଜଣ ପ୍ରତିଭା ସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିମନ୍ତେ “ରାଜୀବ ଗାନ୍ଧୀ ସଦଭାବନା ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ତର୍କ, ଚିତ୍ରାଙ୍କନ,ସାଧାରଣ ଜ୍ଞାନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ୩୨ ଜଣ କୃତି ଶିଶୁ ପ୍ରତିଭାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭା ପରିଚାଳିତ ହୋଇଥିବା ବେଳେ ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି ସଂଗଠନର ବାର୍ଷିକ ବିବରଣୀ ପାଠ କରିବା ସହିତ ସାରା ରାଜ୍ୟରେ ବର୍ଷ ତମାମ ରାଜୀବ ଗାନ୍ଧୀଙ୍କ ୭୫ ତମ ଜୟନ୍ତୀ ପାଳନ ହେବ ବୋଲି ପ୍ରକାଶ କରିଥିଲେ । ଶେଷରେ ମନୋରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଜନୀକାନ୍ତ
ସାମନ୍ତରାୟ, ରଶ୍ମୀତା ମହାପାତ୍ର,ଦୀପକ ସାହୁ, ରଜନୀକାନ୍ତ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ଦୀପକ ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାସ, ପଦ୍ମାକର ଗୁରୁ, ଦିଲା ପଣ୍ଡା, ମୋହନ ଜେନା, ପ୍ରମୁଖ କର୍ମୀମାନେ ମଂଚ ପରିଚାଳନା କରିଥିଲେ ।