Odia News Portal

ହାଇୱା ପଛ ପଟେ ଧକ୍କା ହେଲା ବାଇକ : ଆରହି ମୃତୁ

ଘୁ ଉଦୟଗିରି : ଦାରିଂବାଡ଼ି ଠାରେ ୫୯ ନଂ ଜାତୀୟ ରାଜପଥର ସାରିଙ୍ଗିଇର୍ପି କ୍ୟାଥ୍ଲିକଚର୍ଚ୍ଚ ସମ୍ମୁଖରେ ହାଇବାକୁ ପଛପଟୁ ବାଇକ ଧକା ଦେବା ଦ୍ୱାରା ଘଟଣା ସ୍ଥଳେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଚାଲକ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଡ଼ବେରୀ ଗ୍ରାମର ଅଜିତ ମଲିକ (୩୪)। ତ୍ରିଶକ୍ତି କନଷ୍ଟ୍ରକସନ ନାମକ ଏକ ଘୋରଇ କମ୍ପାନୀର ହାଇବା ନଂ(ଓଡ଼ି-୦୭-ଇ-୧୨୪୭) ଚର୍ଚ୍ଚ ସମ୍ମୁଖ ରାସ୍ତାରେ ଖରାପ ହୋଇ ରହିଥିଲା. ଏତି ବେଳେ ଗତ କାଲି ମଧ୍ୟ ରାତ୍ରିରେ ଟିଭିଏସ ବାଇକ ନଂ(ଓଆର-୦୭-କେ-୭୯୨୨) ପଛପଟୁ ଧକା ଦେବାରୁ ବାଇକ ଚାଳକଙ୍କ ଘଟଣା ସ୍ଥଳେହିଁ ମୃତ୍ୟୁ ହୋଇଛି। ଦାରିଂବାଡ଼ି ପୁଲିସ ସେ ଠାରେ ପହଂଚି ମୃତ ଦେହ ଜବତ କରି ଥିଲା. ଏହି ଘଟଣାକୁ ନେଇ ପୁଲିସ ଦଫା 279, 304(A)ରେ 81/2019 ମାମଲା ରୁଜୁ କରି ଶବ ବ୍ୟବଛେଦ କରି ଘଟଣାର ତଦନ୍ତ ଚଲାଇ ଥିବା ଦାରିଂବାଡ଼ି ଥାନା ଅଧିକାରୀ ଅଲେଖ ଗଡ଼ତିଆ ସୂଚନା ଦେଇଛନ୍ତି  ।