Odia News Portal

ପୁଣିଥରେ ଲୋକଙ୍କ ପ୍ରିୟପାତ୍ର ହେଲେ ମନ୍ତ୍ରୀ ସୁଶାନ୍ତ ସିଂ

ଏହାପରେ ନିକଟସ୍ଥ ଆହାର କେନ୍ଦ୍ର ଯାଇ ସେଠାରେ ସମ୍ପୃକ୍ତ ରୋଗୀଙ୍କ ସହ ଖାଦ୍ୟ ଖାଇଥିଲେ । ଏହାରି ମଧ୍ୟରେ ମନ୍ତ୍ରୀ ସେଠାରେ ଖାଦ୍ୟର ମାନ ସମ୍ପର୍କରେ ଯାଞ୍ଚ କରିଥିଲେ । ଆହୁରି ଉନ୍ନତ ମାନର ଖାଦ୍ୟ କିଭଳି ଭବିଷ୍ୟତରେ କରାଯାଇପାରିବ ସେ ନେଇ ଆଲୋଚନା ମଧ୍ୟ କରିଛନ୍ତି । ସାଧାରଣ ଲୋକ ଓ କିଛି ରୋଗୀମାନଙ୍କ ଗହଣରେ ସେ ଖାଇଥିବା ସୂଚନା ମିଳିଛି । ମନ୍ତ୍ରୀଙ୍କୁ ଏଭଳି ଦେଖି ସ୍ଥାନୀୟ ଲୋକେ ସାବାସୀ ଦେବା ସହ ଅନ୍ୟ ନେତା ତାଙ୍କ ଠାରୁ ଶିକ୍ଷା ଲାଭ କରିବା ଦରକାର ବୋଲି କହିଥିଲେ ।