ଭୁବନେଶ୍ୱର : ଶନିବାର ଭୁବନେଶ୍ୱର ୱାର୍ଡ ନଂ ୪୫ରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଅରୁପ ପଟ୍ଟନାୟକ, ସ୍ଥାନୀୟ ପୂର୍ବତନ କର୍ପୋରେଟର ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ଅମରେଶ ଜେନା, ପୂର୍ବତନ କର୍ପୋରେଟର ସମୀର ପ୍ରଧାନ, ସମାଜସେବୀ ପ୍ରମୋଦ ନାୟକ, ଟିକିନା ସେଠୀ ଏବଂ ସ୍ଥାନୀୟ ଯୁବ, ଛାତ୍ର, ମହିଳା ଏବଂ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ ।
ସ୍ଥାନୀୟ ଅଞ୍ଚଳରେ ଘରେ ଘରେ ଫଳ ଗଛ ଚାରା ବଣ୍ଟନ କାର୍ଯ୍ୟକ୍ରମ ଓ ଅଳିଆ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରନେତା ଧର୍ମେନ୍ଦ୍ର କୁମାର ଧଳ, ରାଜଲକ୍ଷ୍ମୀ ବେହେରା, ସୁମନ କୁମାର ସାହୁ, ଜିତେନ୍ଦ୍ର ନାୟକ, ସୁଦୀପ୍ତ ପୃଷ୍ଟିଙ୍କ ସହଯୋଗରେ ସ୍ଥାନୀୟ ଅଞ୍ଚଳରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଅରୁପ ପଟ୍ଟନାୟକ ସ୍ଥାନୀୟ ଚିନ୍ତାମଣିଶ୍ୱର ୟୁ.ପି ସ୍କୁଲ, ଏମ୍.ଇ ସ୍କୁଲ ଏବଂ ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହ ସ୍ୱଚ୍ଛ ରହିବା ଓ ପାଠପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ ।
ଘରର ଅଳିଆ ଆବର୍ଜନାକୁ ଡ୍ରେନ କିମ୍ବା ରୋଡରେ ନପକାଇ ମ୍ୟୁନିସପାଲିଟିର ଡଷ୍ଟବିନ୍ରେ ପକାଇବା ପାଇଁ ବୁଝାଇଥିଲେ । ବୃକ୍ଷରୋପଣ ଓ ସ୍ୱଚ୍ଛତାର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଏତତ୍ ଦ୍ୱାରା ଏକ ଅଭିନବ ଉପାୟରେ ମୋ ୱାର୍ଡ ମୋ ଦାୟିତ୍ୱ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
