Odia News Portal

ଘୋଷଣା ହେଲା ୪ଟି ରାଜ୍ୟର ଉପ-ନିର୍ବାଚନ ତାରିଖ

ନୂଆଦିଲ୍ଲୀ : ୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ସେହି ରାଜ୍ୟଗୁଡିକ ହେଉଛି, ଛତିଶଗଡ଼, କେରଳ, ତ୍ରିପୁରା ଓ ଉତ୍ତରପ୍ରଦେଶ। ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ସିଟ୍ ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ତାରଖ ଘୋଷଣା କରି ସାରିଛନ୍ତି। ଏହି ରାଜ୍ୟଗୁଡିକର ବିଧାନସଭା ଉପ-ନିର୍ବାଚନ ସେପ୍ଟେମ୍ବର ୨୩ ତାରିଖରେ ହେବ। ସୂଚନାଯୋଗ୍ୟ ଯେ,ଉତ୍ତର ପ୍ରଦେଶର ହମିରପୁର ଆସନ, ଛତିଶଗଡ଼ରର ଦାନ୍ତେଓ୍ବାଡ଼ ଆସନ, କେରଳର ପାଲା ଆସନ ଓ ତ୍ରିପୁରାର ଭଦରଘାଟ ଆସନରେ ଉପ-ନିର୍ବାଚନ ହେବ। ସେପ୍ଟେମ୍ବର ୨୩ ତାରିଖରେ ଭୋଟିଂ ପରେ ସେପ୍ଟେମ୍ବର ୨୭ ତାରିଖରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୨୮ ତାରିଖରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେହିପରି ନାମାଙ୍କନ ପତ୍ରର ପ୍ରତ୍ୟାହାର କରିବାର ଶେଷ ତାରିଖ ସେପ୍ଟେମ୍ବର ୭ ରହିଛି।