ଭୁବନେଶ୍ବର : ରାଜଧାନୀର ରବି ଟକିଜ୍ ଅଞ୍ଚଳରେ ବୋମା ମାଡ ହୋଇଥିବା ଜଣା ପଡିଛି। ଏକ ଅଟୋ ଉପରକୁ ହୋଇଥିବା ବୋମା ମାଡରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି।
ତେବେ ବୋମା ମାଡର କାରଣ ଜଣାପଡିନାହିଁ। ବଡଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମା ଫୁଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।
