ଉଦଳା : ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକା ସହିତ ସଂପର୍କ ସ୍ଥାପନ କରିବା ପରେ ନାବାଳିକାଙ୍କୁ ଗର୍ଭବତୀ କରି ଏବେ ଯୁବକ ଫେରାର । ଅନ୍ଧ ବାପା ଝିଅକୁ ଧରି ଚାରିଆଡେ ସାହାଯ୍ୟ ପାଇଁ ବୁଲୁଥିବା ଦେଖିବାକୁ ମିଳିଛି । ପୋଲିସ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି ଜଣାଇଛନ୍ତି ଅନ୍ଧ ବାପା । ଉଦଳା ଥାନା ଅଂଚଳରେ ଏଭଳି ଘଟଣା ଘଟିଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ ପାଟପୁର ଅଂଚଳର ଜଣେ ଯୁବକ । ତେବେ ନାବାଳିକାଙ୍କୁ ୫ ମାସର ଅନ୍ତସତ୍ବା କରିବା ପରେ ଏବେ ଯୁବକ ଜଣଙ୍କ ବିବାହ ନିମନ୍ତେ ମନା କରିବା ସହିତ ଫେରାର ହୋଇଯାଇଛନ୍ତି । ଯାହାକି ନାବାଳିକାଙ୍କର ଅନ୍ଧ ବାପା ନ୍ୟାୟ ପାଇବା ଆଶାରେ ଉଦଳା ଥାନାରେ ଆଶ୍ରୟ ନେଇଥିଲେ । କିନ୍ତୁ ଥାନାରେ ଅଭିଯୋଗ ରଖିବାକୁ ମନା କରି ଦେବାରୁ ନିରାଶ ହୋଇ ଝିଅକୁ ସାଙ୍ଗରେ ଧରି ଘରକୁ ଫେରି ଯାଇଥିଲେ ଅନ୍ଧ ବାପା ।