Odia News Portal

ଖୁବ୍‌ ଚର୍ଚ୍ଚାରେ ସଂଜୟ ଦତ୍ତ, ରାଜନୀତିକୁ ଆସିପାରନ୍ତି !

ଅଭିନେତା ସଂଜୟ ଦତ୍ତ ରାଜନୀତିରେ ଯୋଗ ଦେବେ। ରାଷ୍ଟ୍ରୀୟ ସମାଜ ପକ୍ଷ-ଆରଏସ୍‌ପି ଦଳରେ ସଂଜୟ ଦତ୍ତ ଯୋଗ ଦେବେ ବୋଲି ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚା। କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଖୋଦ୍‌ ସଂଜୟ ଦତ୍ତ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିକଟତର ହେଉଥିବା ବେଳେ ସଂଜୟ ଦତ୍ତ ରାଷ୍ଟ୍ରୀୟ ସମାଜ ପକ୍ଷ ଦଳରେ ଯୋଗ ଦେଉଥିବା ସଂପର୍କରେ ଦଳର ମୁଖ୍ୟ ମହାଦେବ ଜାଙ୍କର ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ସଂଜୟ ଦତ୍ତ ଯୋଗ ଦେବେ ବୋଲି ଆର୍‌ଏସ୍‌ପିର ମୁଖ୍ୟ ତଥା ମହାରାଷ୍ଟ୍ରର ପଶୁ ସଂପଦ ମନ୍ତ୍ରୀ ମହାଦେବ ଜାଙ୍କର କହିଥିଲେ। ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ଭାବେ ଆର୍‌ଏସ୍‌ପି ରହିଛି। ତେବେ ସଂଜୟ ଦତ୍ତ କହିଛନ୍ତି, ମହାଦେବ ଜାଙ୍କର ତାଙ୍କର ଜଣେ ଭଲ ବନ୍ଧୁ। ତାଙ୍କ ଦଳରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଥିବାରୁ ସେ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ସେ ରାଜନୀତିରେ ଯୋଗଦେବେ ନାହିଁ ବୋଲି ସଫାସଫା ମନା କରିଦେଇଛନ୍ତି। ୧୦ ବର୍ଷ ତଳେ ସଂଜୟ ଦତ୍ତ ସମାଜବାଦୀ ପାର୍ଟିରେ ଯୋଗଦେଇ ରାଜନୀତିରେ ପାଦ ଦେଇ ବିଫଳ ହୋଇଥିଲେ।