ନୀଳଗିରି : ନୀଳଗିରିରେ ଜୈନିକ ବିବାହିତା ମହିଳା ଦାରିଦ୍ର ସୀମା ରେଖାର କଷଟିପଥରରେ କଷି ହେଉଥିବା ବେଳେ ଏପଟେ ସ୍ୱାମୀର ନିର୍ଯ୍ୟାତନ ସେପଟେ ବାପ ଘରର ଦାଗିଦ୍ ମହିଳା ଜଣଙ୍କ ପାଇଁ ଦୁଃଖର ପାହାଡ଼ ଛିଡା ହୋଇଥିଲା । ଶେଷରେ ନିଜର ପାଞ୍ ପାଞ୍ଚ ଦିନର ଜନ୍ମିତ ଶିଶୁୁ କନ୍ୟାକୁ ବିକ୍ରି କରିବାକୁ ଆସିଥିବା ବେଳେ ଖବର ପାଇ ତାର ଭିଣେଇ ଶିଶୁ କନ୍ୟାଟିକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛି । ଏପରି ଏକ ସମ୍ବେଦନଶୀଳ ଘଟଣା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତରେ ଟଙ୍ଗଣା ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ପିଟୁ ସିଂର ପୁଅ ଗଣେ ଶ ସିଂ ଗରଡ଼ିହି ପଞ୍ଚାୟତର କୁଞ୍ôଚବଣିଆ ଗ୍ରାମର ଘନ ସିଂର ଝିଅ ଗିତାକୁ ଭଲପାଇ ୪ର୍ଥ ବିବାହ କରିଥିଲା । ବସ୍ରେ ହେଲ୍ପର କାମ କରିଆସୁଥିବା ଗଣେଶ ନିଜ ପରିବାରକୁ ଭରଣପୋଷଣ କରିଆସୁଥିବା ବେଳେ ତାଙ୍କ ଔରସରୁ ୧ ବର୍ଷର ପୁଅଟିଏ ଅଛି । କିଛି ମାସ ବ୍ୟବଧାନ ପରେ ଗୀତା ଗର୍ଭବତୀ ଘଟଣା ଜାଣିଲା ପରେ ଗଣେଶ ତାଙ୍କୁ ଶାରିରିକ ଏବଂ ମାନସିକ ନିର୍ଯ୍ୟାତନା ଦେଲା । ଫଳରେ ଗୀତା ନିରୁପାୟରେ ଶେଷରେ ନିଜର ବାପଘର କୁଞ୍ଚିବଣିଆ ଗାଁକୁ ପଳାଇ ଆସି ରହୁଥିଲା । ୪ଦିନ ପୂର୍ବରୁ ଗୀତା ବାପଘରେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲା । ଏହାକୁ ନେଇ ଗୀତାର ବାପ ଘର ଲୋକେ ମାନସିକ ନିର୍ଯ୍ୟାତନା ଦେବା ସହ ତୁରନ୍ତ ଜନ୍ମିତ ଝିଅକୁ କୁଆଡ଼େ ବିକ୍ରି କରିବେ ନହେଲେ ଦାନ ଦେଇଦେ । ତୋର ଝିଅକୁ ଆମେ ସମ୍ମାଳି ପାରିବୁ ନାହିଁ ବୋଲି କହିଥିଲେ । ଦାରିଦ୍ରର କଷାଘାତ ଭିତରେ ଗୀତା ୫ ଦିନର ଜନ୍ମିତ ଝିଅକୁ ଧରି ପୋଡ଼ାଶୂନ ଛକରେ ପିଲାଟିକୁ ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିଲା । ଉକ୍ତ ମହିଳାଙ୍କୁ ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ମହିଳାଙ୍କ ଠାରୁ ସମସ୍ତ ଘଟଣା ପଚାରି ବୁଝଇଥିଲେ । ଖବର ପାଇ ଗୀତାର ଭିଣୋଇ ରଣଜିତ୍ ସିଂ ପୋଡାଶୂନ ଛକରେ ପହଞ୍ଚିଥିଲେ ଏବଂ ରଣଜିତ୍ ୫ ଦିନର ଶିଶୁ କନ୍ୟାକୁ ଅତି ଆଦର ଏବଂ ସ୍ନେହପୂର୍ଣ୍ଣ ଭାବେ ପୋଷ୍ୟ କନ୍ୟାକୁ ଗ୍ରହଣ କରି ମୋହନୀୟତା ଦେଖାଇଛନ୍ତି । ମାତ୍ର ଅମଣିଷ ଗୀତାର ସ୍ୱାମୀ ଗଣେଶ ୫ମ ଥର ପାଇଁ ଅନ୍ୟତ୍ର ବିବାହ କରିଛନ୍ତି । ସ୍ୱାମୀ ଗଣେଶ ଓ ଗୀତାର ବାପା ଘନ ସିଂ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।