Odia News Portal

କୃଷି ନିର୍ଦ୍ଦେଶାଳୟରେ ମନ୍ତ୍ରୀ, କର୍ମଚାରୀ ଛାନିଆ

ଭୁବନେଶ୍ୱର : କୃଷି ବିଭାଗର ସଂସାର ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ କୃଷିମନ୍ତ୍ରୀ ଅରୁଣ ସାହୁ ଆରମ୍ଭ କରିଛନ୍ତି ଅଭିଯାନ । ନିଜେ ସକାଳ ୧୦ଟାରୁ ଅଫିସ କରୁଥିବା ବେଳେ ସରକାରୀ ନିର୍ଦେଶ ଅନୁଯାୟୀ କୃଷି ବିଭାଗର କର୍ମଚାରୀମାନେ ବି ସମାୟାନୁବର୍ତ୍ତି ହେବାକୁ ନିର୍ଦେଶ ଦେଇଛନ୍ତି ।

କେମିତି ଚାଲିଛି କୃଷି ବିଭାଗ, ତାର ଅନୁଧ୍ୟାନ କରିବାକୁ ଆଜି ସକାଳ ୧୦ଟାରେ କୃଷିମନ୍ତ୍ରୀ ନଅ ତାଲା ଠାରେ ଥିବା କୃଷି ନିର୍ଦ୍ଦେଶାଳୟରେ ପହଞ୍ଚିଥିଲେ । ଅନେକ କର୍ମଚାରୀ ଆସିଥିଲେ, ଆଉ କିଛି ଆସୁଥିଲେ । କିଛି କର୍ମଚାରୀ ବିଳମ୍ବରେ ଆସୁଛନ୍ତି, ବିଳମ୍ବରେ ଯାଉଛନ୍ତି । ନିର୍ଦେଶାଳୟରେ ବାୟୋମେଟ୍ରିକ ବ୍ୟବସ୍ଥା ଥିବାରୁ ତାର ଯାଂଚରୁ ଏହା ଜଣାପଡୁଛି ।

ତେବେ ସବୁ କର୍ମଚାରୀ ନିର୍ଦ୍ଧିଷ୍ଟ ସମୟରେ ଅଫିସ ଆସିବାକୁ କୃଷିମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏଥିସହ ଯେହେତୁ ଜିଲ୍ଲାର କର୍ମଚାରୀମାନେ ଭୁବନେଶ୍ୱର ଆସୁନାହାନ୍ତି, ତେଣୁ ମୁଖ୍ୟାଳୟରେ କୌଣସି ଫାଇଲ ଅଟକି ରହିବା ଉଚିତ ନୁହେଁ । ସେହିଭଳି କର୍ମଚାରୀମାନେ ଦପ୍ତରରେ କାମ କରିବାକୁ ସବୁ ସୁବିଧା ସୁଯୋଗ ଯୋଗାଇଦେବାକୁ ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି ।

ସର୍ବୋପରି ଲିଫ୍ଟରେ ତଳକୁ ଓହ୍ଲାଇବା ବେଳେ ତାର ଅବସ୍ଥା ଦେଖି ତୁରନ୍ତ ମରାମତି କରିବାକୁ ପୂର୍ତ୍ତ ସଚିବଙ୍କ ସହ କଥା ହେବେ ବୋଲି କହିଛନ୍ତି ।