Odia News Portal

ଓଡ଼ିଶାର ଗର୍ବ ପ୍ରମୋଦ

ନୂଆଦିଲ୍ଲୀ : ଜାତୀୟ କ୍ରୀଡ଼ା ଦିବସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାରରେ ସମ୍ମାନିତ। ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚାମ୍ପିଅନ ପ୍ରମୋଦ ରାଷ୍ଟ୍ରପତି ପୃରାମନାଥ କୋବିନ୍ଦଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହ ପାରା ଆଥଲେଟ ପାଇଁ ଦୀପା ମଲ୍ଲିକଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି।