Odia News Portal

୯୨ ଜଣ ଇଞ୍ଜିନିୟରଙ୍କୁ OPTCLରେ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓପିଟିସିଏଲ୍‌ରେ ନିଯୁକ୍ତ ହେଲେ ୯୨ ଜଣ ନୂଆ ଇଞ୍ଜିନିୟର। ସେମାନଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଟିମ୍‌ ୱାର୍କ, ଟ୍ରାନ୍‌ସପେରେନ୍‌ସି ଏବଂ ଟେକ୍ନୋଲୋଜି, ଏହି ଥ୍ରୀ-ଟି ମନ୍ତ୍ରକୁ ଅନୁସରଣ କରିବାକୁ ନବୀନ ଦେଇଛନ୍ତି ପରାମର୍ଶ। ପଞ୍ଚମ ପର‌୍ୟ୍ୟାୟରେ ଓପିଟିସିଏଲ୍‌ରେ ୯୨ ଜଣ ନିଯୁକ୍ତି ପାଇଛନ୍ତି। ୨୦୧୦ ପରଠାରୁ ଓପିଟିସିଏଲ୍‌ର ବିଭିନ୍ନ ବିଭାଗରେ ୧୭୫୨ ଜଣ ନିଯୁକ୍ତି ପାଇ ସାରିଛନ୍ତି। ଗ୍ରାମୀଣ ବିଦ୍ୟୁତ୍‌କରଣ, ଇଣ୍ଟିଗ୍ରେଟେଡ୍‌ ପାୱାର ଡେଭଲପ୍‌ମେଣ୍ଟ ସ୍କିମ୍‌, ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଷ୍ଟ୍ରେନ୍‌ଥେନିଂ ପ୍ରୋଜେକ୍ଟ, ଆମ ଘରେ ଏଲ୍‌ଇଡି ଇତ୍ୟାଦି ଯୋଜନା କାର‌୍ୟ୍ୟକାରୀ କରିବାରେ ଓପିଟିସିଏଲ୍‌ର ପ୍ରମୁଖ ଭୂମିକା ରହିଛି।