Odia News Portal

ଆଜିଠାରୁ ଭୋଟର୍‌ ଆଇଡି ଯାଞ୍ଚ ପ୍ରକ୍ରିୟା, ଅକ୍ଟୋବର ୧୫ ଯାଏଁ ଚାଲିବ

ନୂଆଦିଲ୍ଲୀ : ଆଜିଠାରୁ ଭୋଟର୍‌ ଆଇଡି କାର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏହି ଯାଞ୍ଚ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ଯାଏଁ ଚାଲିବ । ଜନ ଭାଗୀଦାରୀ ଜରିଆରେ ଭୋଟର୍ ତାଲିକା କରାଯିବ । ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ଯାଞ୍ଚ କରାଇ ହେବ । ଏଥିରେ ଗୋଟିଏ ପରିବାରରେ ଜଣେ ଭୋଟଙ୍କୁ ୟୁଜର୍‌ ନେମ୍‌ ଏବଂ ପାସୱାର୍ଡ ଦିଆଯିବ । ଏହା ଦ୍ୱାରା ଜଣେ ବ୍ୟକ୍ତି ନିଜର ଏବଂ ପରିବାର ଲୋକଙ୍କ ସମସ୍ତ ତଥ୍ୟ ସେଥିରେ ଦେଇପାରିବେ ବୋଲି ନିର୍ବାଚନ ଅଧିକାରୀ ରଣବୀର ସିଂହ କହିଛନ୍ତି ।

ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ଭୋଟର୍‌ଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ତଥ୍ୟର ଯାଞ୍ଚ ଜଣେ ଭିଏଲ୍‌ଓ କରିବେ । ଏହା ଦ୍ୱାରା କମ୍‌ ସମୟ ଲାଗିବ । ରାଜ୍ୟ ସ୍ତରରେ ୩୬ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ, ୭୪୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପ୍ରାୟ ୧୦ ଲକ୍ଷ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏଥିରେ ନିୟୋଜିତ ହେବେ ।

ଭୋଟର୍‌ କାର୍ଡ ଯାଞ୍ଚ କରିବାର ପ୍ରକ୍ରିୟା

ଭୋଟର୍‌ କାର୍ଡ ଯାଞ୍ଚ କରିବାକୁ ପ୍ରଥମେ nvsp.in ରେ ମୋବାଇଲ୍‌ ନମ୍ବର, ମତଦାତାଙ୍କ କାର୍ଡ ନମ୍ବର ଏବଂ ଇମେଲ୍‌ ଆଇଡି ଦେଇ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିବ । ଅଥବା ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରେ ଭୋଟର୍‌ ହେଲ୍ପଲାଇନ୍‌ ଆପ୍‌ ଡାଉନଲୋଡ଼୍‌ କରି ପାରିବେ । ପ୍ରତ୍ୟେକ ମତାଦାତାଙ୍କ ଆଇଡଇ ଅପଲୋଡ଼୍‌ କରିବାରୁ ପଡ଼ିବ ।

ବିଏଲ୍‌ଓ କରିବେ ଯାଞ୍ଚ

ଏହା ପରେ ବିଏଲ୍‌ଓ ସ୍ମାର୍ଟଫୋନ୍‌ରେ ପ୍ରତ୍ୟେକ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ । ମତାଦାତାଙ୍କୁ ନିଜ ଆଇଡି ଏବଂ ଏହା ସହିତ ଜଜଡ଼ିତ ଅନ୍ୟ ଡକ୍ୟୁମେଣ୍ଟ ଦେଖାଇବାକୁ ପଡ଼ିବ ।