ଭୁବନେଶ୍ବର: ବାଲାଂଦେଶ ଉପରେ ଏକ ଘୁର୍ଣ୍ଣିବଳୟ ରହିଛି । ଏହି ଘୂର୍ଣ୍ଣିବଳୟ ଉତ୍ତର ଦିଗରୁ ଆସୁଥିବା ପବନକୁ ରୋକୁଛି । ଏଥି ସହିତ ଦେଶର ମଧ୍ୟଭାଗରୁ ମଧ୍ୟ ପବନ ଆସୁଛି । ତେଣୁ ରାଜ୍ୟରେ ଟିକେ କମ୍ ଶୀତ ଅନୂଭବ ହେଉଛି । ତେବେ ଏହି ଭଳି ପାଗ ଆଉ ଦିନେ ଦୁଇଦିନ ପର୍ଯ୍ୟନ୍ତ ଲାଗି ରହିବ । କିନ୍ତୁ ୨୨- ୨୩ ତାରିଖଠୁ ପୁଣି ପାଗରେ ପରିବର୍ତ୍ତନ ହୋଇ ଶୀତ ଅନୁଭବ ହେବ । ତେବେ ଅଧିକାଂଶ ଷ୍ଟେସନରେ ଏବେ ପାରଦ କମ୍ ରେକର୍ଡ଼ କରାଯାଉଛି ବୋଲି ସୋଆ ଡ଼ିମଡ଼୍ ଟୁ ବି ୟୁନିଭରସିଟି ର ଜଳବାୟୁ ଓ ପାଣିପାଗ ବିଭାଗର ଏଚଓଡ଼ି ଶରତ ଚନ୍ଦ୍ର ସାହୁ କହିଛନ୍ତି ।