ବଲାଙ୍ଗୀର : ଲୋଇସିଂହା ବ୍ଳକ ଅର୍ନ୍ତଗତ ବୁର୍ଡା ଗ୍ରାମପଞ୍ଚାୟତ ର ବୁର୍ଡା ଗ୍ରାମ ର ଅସହାୟ ୬୧ ବର୍ଷିୟା ମହିଳା ତାଙ୍କ ବୃଦ୍ଧା ମା ଙ୍କ ସହ ଅସୁସ୍ଥ ଅବସ୍ଥାରେ ରହିଥିବା ଏବଂ ତାଙ୍କର ଦେଖା ଶୁଣା ପାଇଁ କେହି ନ ଥିବା ଖବର ପାଇ ଲୋଇସିଂହା ସ୍ଥିତ ମାହେଶ୍ୱରୀ ସଂଗଠନ ସ୍ୱେଚ୍ଚାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସହଯୋଗ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ ଦୀର୍ଘ ୧୦ରୁ ୧୨ ଦିନ ହେଲା ଅସହାୟ ମହିଳା କଇଁଫୁଲଙ୍କର ବେକ ଏବଂ ମୁହଁ ଫୁଲି ଯାଇଥିବା ବେଳେ ମଧ୍ୟ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନଥିଲେ। ଏହି ଖବର ପାଇ ମାହେଶ୍ୱରୀ ସଙ୍ଗଠନର ଅଧ୍ୟକ୍ଷ ଦେବାଶିଷ ବିଶୋୟୀ, ସୁମିତ ଧରୁଆ, ଆଲୋକ କୁମାର ସାହୁ, ମନୋଜ ମାହାଣା, ଯଶୋବନ୍ତ ମାହାଣା ପ୍ରମୁଖ ତାଙ୍କ ଘରକୁ ଯାଇ ଅବସ୍ତା ପଚାରି ବୁଝିଥିଲେ ଏବଂ ରୋଗ ଗ୍ରସ୍ତ ମହିଳା ଙ୍କୁ ବଲାଙ୍ଗିର ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରାଇଥିଲେ।
ଡାକ୍ତର ଙ୍କ ପରାମର୍ଶ କ୍ରମେ ତାଙ୍କୁ ଔଷଧ ପତ୍ର କିଣି ଆଣି ଘରେ ଛାଡି ଦେଇଥିଲେ। ବର୍ତ୍ତମାନ ତାର ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଉଥିବା ସଂଗଠନ ର ଅଧ୍ୟକ୍ଷ ଶ୍ରୀ ବିଶୋୟୀ ସୂଚନା ଦେଇଛନ୍ତି।
