କେନ୍ଦ୍ରାପଡ଼ା : ଅଭିନବ ପ୍ରତିବାଦ। ରାସ୍ତା ଉପରେ ଧାନ ରୋଇଲେ ଗାଁଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଓଳିହା ଠାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଫଳରେ ପ୍ରତିଦିନ ସ୍କୁଲ କଲେଜ ଯିବା ଆସିବା ପାଇଁ ଛାତ୍ରଛାଚ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏନେଇ ଗାଁଲୋକେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ। ବାଧ୍ୟ ହୋଇ ଗାଁଲୋକେ ଓଳିହା ଠାରେ ଟାୟାର ଜାଲି ରାସ୍ତା ଅବରୋଧ କରିବା ସହ ଧାନ ରୋଇଛନ୍ତି। ମହାକାଳପଡା ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଛନ୍ତି।
