ଭୁବନେଶ୍ବର : ରାଜଧାନୀରେ ପୁଣି ପୋଲିସର ଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ କଳିଙ୍ଗନଗର ଅଞ୍ଚଳରେ କମିଶନରେଟ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଆହତ ହୋଇଛି । ସୁଶାନ୍ତର ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।
ରାଜଧାନୀ ସମେତ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ସୁଶାନ୍ତ ନାଁରେ ୨୦ରୁ ଅଧିକ ମାମଲା ରହିଛି । ୨୦୧୭ରେ ଟାଙ୍ଗୀ ଅଞ୍ଚଳରେ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଗାଡିରୁ ୬୦ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲା ସୁଶାନ୍ତ । ଆହତ ସୁଶାନ୍ତ ନିକଟରୁ ଗୋଟିଏ ୯ ଏମଏମ୍ ପିସ୍ତଲ ସହ ୫ ରାଉଣ୍ଡ ଗୁଳି ଜବତ କରାଯାଇଛି ।
