Odia News Portal

ଗୁଗଲ ଉପରେ ଲାଗିଲା ଜରିମନା ! ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ ଟେକ୍‌ କମ୍ପାନୀ ଗୁଗଲ ଉପରେ ଆମେରିକାର ଫେଡେରାଲ କମିଶନ ୧୨.୨୪ଲକ୍ଷ କୋଟି ଟଙ୍କା ଜରିମନା ଲଗାଇଛନ୍ତି। କମ୍ପାନୀ ଉପରେ ଅଭିଯୋଗ ହୋଇଛି କି, ଏହାର ସହଯୋଗୀ ଏବଂ ଭିଡିଓ ସେୟାରିଙ୍ଗ କମ୍ପାନୀ ୟୁଟ୍ୟୁବ୍‌ ବେଆଇନ୍‌ ଭାବେ ଛୁଆମାନଙ୍କର ଡାଟା ଏକାଠି କରିଥିଲା। ଏହାସହିତ ଆଗକୁ ସେହି ଡାଟାକୁ ଅନ୍ୟ ତୃତୀୟ ପକ୍ଷ କମ୍ପାନୀମାନଙ୍କ ସହିତ ସେୟାର କରିଥିଲା ।

ଏହି ଡାଟାକୁ ଏକାଠି କରିବା ପାଇଁ କମ୍ପାନୀ ଛୁଆମାନଙ୍କର ମା ବାପାଙ୍କଠାରୁ ମଧ୍ୟ ସହମତି ନେଇନଥିଲା । ଅପରପକ୍ଷେ ଗୁଗଲ ଏଫଟିସି ଏବଂ ନ୍ୟୁୟର୍କ ଷ୍ଟେଟ ଅର୍ଟାର୍ଣ୍ଣି ସାମ୍ନାରେ ନିଜର ଭୂଲକୁ ମାନି ଜରିମନା ଦେବାକୁ ରାଜି ହୋଇଯାଇଛି । ଏଫଟିସିର ଚେୟାରମ୍ୟାନ୍‌ ଜୋ.ସୀମଂସ କହିଛନ୍ତି କି, ୟୁଟ୍ୟୁବକୁ ଛୁଆମାନେ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି । ଏମିତିରେ ଛୁଆମାନଙ୍କର ବ୍ୟକ୍ତିଗତ ସୂଚନାକୁ କୌରସି ତୃତୀୟ ପକ୍ଷକୁ ଦେବା ଆମେରିକୀୟ ଆଇନର ସିଧା ଉଲ୍ଲଙ୍ଘନ କରିବା ଅଟେ ।

ଏହାପୂର୍ବରୁ ଗତ ମାସରେ ଏଫଟିସି ଉପଭୋକ୍ତାଙ୍କର ବ୍ୟକ୍ତିଗତ ଡାଟାକୁ ବେଆଇନ୍‌ ଭାବରେ ବ୍ୟବହାର କରିବା ଅଭିଯୋଗରେ ଫେସବୁକ୍‌ ଉପରେ ୩୫କୋଟି ଟଙ୍କା ଜରିମନା ଲଗାଇଥିଲେ । ଏହାସହିତ ଛୁଆମାନଙ୍କ ସହିତ ଜଡିତ ଏକ ମାମଲାରେ ଏଫଟିଆଇ ଚଳିତ ବର୍ଷ ସୋସିଆଲ ଭିଡିଓ ସେୟାରିଂ ଆପ ଟିକଟକର ମାଲିକ ଉପରେ ମଧ୍ୟ ୪୦ କୋଟି ଟଙ୍କା ଜରିମନା ଲଗାଇଥିଲେ