Odia News Portal

ଶିବ ମନ୍ଦିରରୁ ପାର୍ବତୀ ମୂର୍ତ୍ତି ଚୋରି

ଗଞ୍ଜାମ : ଗଞ୍ଜାମ ଦିଗପହଣ୍ଡି ଥାନା ଛଣମେରି ଗାଁରେ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳୁ ଛଣମେରି ଗାଁ ଦାଣ୍ଡରେ ଜଣେ ଯୁବକକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଲଣ୍ଡା କରାଯାଇଥିବା ଦେଖିବାକୁ ମିଳିଛି । ଖୁଣ୍ଟରେ ବନ୍ଧା ଯାଇଥିବା ଏହି ଯୁବକ ଜଣକ ଛାଣମେରି ଗାଁରେ ଥିବା କପିଳେଶ୍ୱର ମନ୍ଦିରରୁ ପାର୍ବତୀ ମୂର୍ତ୍ତି ଚୋରି କରିଥିବା ଅଭିଯୋଗ ହୋଇଥିଲା ।

ଏହାପରେ ଗାଁ ଲୋକେ ତାକୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ । ଲଣ୍ଡା ମଧ୍ୟ କରିଥିଲେ । ପୂର୍ବରୁ ଏହି ଯୁବକ ଜଣଙ୍କ ବହୁ ଛୋଟ ବଡ଼ ଅପରାଧୀକ କାର୍ଯ୍ୟକଳାପ କରି ବର୍ତ୍ତି ଯାଇଥିଲା । ହେଲେ ଏଥର କିନ୍ତୁ ଲୋକଙ୍କ ହାବୁଡରେ ପଡିଥିଲା ।