Odia News Portal

ବଡ ଆଖଡା ମଠ ଉଛେଦ ଆରମ୍ଭ

ପୁରୀ : ପୁରୀରେ ଜାରି ରହିଛି ବଡ ଆଖଡା ମଠ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ମଠ ପରିସରରେ ଥିବା ୩୦ଟି ଦୋକାନ ଘର ଭଙ୍ଗାଯାଉଛି । ମାଜିଷ୍ଟ୍ରେଟ୍‌ ଓ ୧୫ପ୍ଲାଟୁନ୍‌ ଫୋର୍ସଙ୍କ ଉପସ୍ଥିତିରେ ଉଛେଦ କାର୍ଯ୍ୟ ଚାଲିଛି । ଗତ ୩ ତାରିଖରେ ବଡ ଆଖଡା ମଠ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ ମଠ ମହନ୍ତଙ୍କ ସହ ଆଲୋଚନା ପରେ ତାହାକୁ ସ୍ଥଗିତ ରଖାଯାଇଥିଲା।

ରାମାନନ୍ଦଙ୍କ ଦ୍ୱାରା ୧୪୦୦ ଖ୍ରୀଷ୍ଟାଦ୍ଦରେ ବଡ ଆଖଡା ମଠ ସ୍ଥାପନ କରାଯାଇଥିଲା। ତେବେ ଏହାକୁ ଉଛେଦ କରାଯାଉଥିଲେ ମଧ୍ୟ ଏହି ମଠର ବିଜେ ସ୍ଥଳ, ମହନ୍ତଙ୍କ ଗାଦୀ ଓ ମନ୍ଦିରକୁ ସଂପୂର୍ଣ୍ଣ ସୁରକ୍ଷା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ଓ ସୋଲିସେଟର ଜେନେରାଲ ତୁଷାର ମେହେଟା ପୁରୀ ଗସ୍ତ କରି ଉଛେଦ କାର୍ଯ୍ୟର ତଦାରଖ କରିଥିଲେ ।

ପୁରୀକୁ ବିଶ୍ୱ ଐତିହ୍ୟନଗରୀ କରିବାକୁ ଉଦ୍ୟମ ହୋଇଛି । ଏଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ତଦାରଖ କରିବା ପରେ କହିଛନ୍ତି ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର । ପୂର୍ବରୁ ଲଙ୍ଗୁଳି ଓ ଏମାର ମଠର ଉଛେଦ କାର୍ଯ୍ୟ ଶେଷ ହୋଇଛି।