Odia News Portal

ରାଜଧାନୀ ଶାନ୍ତି କମିଟିର ଶାନ୍ତିପ୍ରତିଷ୍ଠା ପାଇଁ ବୈଠକ

ଭୁବନେଶ୍ୱର : ରାଜଧାନୀ ଶାନ୍ତି କମିଟି ତରଫରୁ ଆଗାମୀ ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ମଧୁ ମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ସମସ୍ତ ଦୁର୍ଗାପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ ମୁରବୀମାନେ ଯୋଗଦେଇଥିଲେ । ଆଗାମୀ ଦୁର୍ଗାପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ପୂଜା ପାଳନ କରିବା ଓ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା, ଶବ୍ଦ ପ୍ରଦୁଷଣ ନ କରି ନିୟମ ଅନୁଯାୟୀ ଯନ୍ତ୍ରପାତି ବ୍ୟବହାର କରିବା, ମା’ଙ୍କ ମୃଣ୍ମୟ ମୂ�ର୍ୀ ତିଆରିରେ କେମିକାଲ୍ ବ୍ୟବହାର ନ କରିବା, ପ୍ରତେକ ମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା, ପାନୀୟଜଳ ବ୍ୟବସ୍ଥା କରିବା, ପଲିଥିନ୍ ଓ ପାଣିପାଉଚ୍ ବ୍ୟବହାର ନ କରିବା ପାଇଁ  ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ସେହିପରି ପୂଜା ସମୟରେ ବରିଷ୍ଠ ନାଗରିକ, ମହିଳା ଓ ଶାରିରୀକ ବିକଳାଙ୍ଗମାନଙ୍କୁ ସମ୍ମାନର ସହ ମଣ୍ଡପମାନଙ୍କରେ ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସମସ୍ତ ପୂଜା କମିଟିକୁ ଅନୁରୋଧ କରାଯାଇଥିଲା । ଏଥିସହିତ ରାସ୍ତା ମରାମତି ବା ପୁନଃନିର୍ମାଣ, ଷ୍ଟ୍ରିଟ୍ ଲାଇଟ୍ସ ମସ୍ୟା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରାଶାସନକୁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁସାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଡ. ଜଗନ୍ନାଥ ମହାପାତ୍ର, ସୁବାଷ ପାତ୍ର, ନାରାୟଣ ମହାପାତ୍ର, ଦେବୀ ପ୍ରସାଦ ମଲ୍ଲିକ୍, ହାସନ୍ ଖାଁ, ଗଣେଶ୍ୱର ମିଶ୍ର, ପବିତ୍ର ବେହେରା, ମନମୋହନ ପଟ୍ଟନାୟକ, ଅକ୍ଷୟ ମିଶ୍ର, ବାବାଜି ରାଉତ, ସମୀର ମହାନ୍ତି ପ୍ରମୁଖ ଯୋଗଦେଇ ସଭାମଣ୍ଡନ କରିଥିଲେ ।

କମିଟିର ସମ୍ପାଦକ ନବ କିଶୋର ବେହେରା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଆଶାଲତା ରାଉତରାୟ ଗୀତାପାଠ କରିଥିଲେ । ଶେଷରେ ଇଂ.ଦିଲିପ୍ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

  ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )